ଡ଼ଃ ଧରୁଆ ଙ୍କ ବଦଳି କୁ ବିରୋଧ : ଆନ୍ଦୋଳନ ର ଚେତାବନୀ

Share on facebook Share on Twitter Share on Whatsapp Share on Linkedin

କଳାହାଣ୍ଡି-କାର୍ଲମୁଣ୍ଡା : (ପବିତ୍ର ସାହୁ) : କଳାହାଣ୍ଡି ଜିଲ୍ଲା ର କର୍ଲାମୁଣ୍ଡା,କେସିଙ୍ଗା ମ.ରାମପୁର ଓ ବଲାଙ୍ଗୀର ଜିଲ୍ଲା ର ସହ ସହ ରୋଗୀ ଙ୍କ ସଙ୍କଟ ସମୟ ରେ ଭଗବାନ ଙ୍କ ଦେବ ଦୂତ ସାଜିଛନ୍ତି ଡ଼ଃ ଆଶିଷ କୁମାର ଧରୁଆ । ନିଜ ସ୍ୱାର୍ଥ କୁ ଆଖିଆଗରେ ରଖି କିଛି ଆସାଧୁ ବ୍ୟକ୍ତି ମାନେ ବିଭଗୀୟ ଉଚ୍ଚ ଅଧିକାରୀ ଙ୍କ ନିକଟରେ ମିଥ୍ୟା ଅଭିଯୋଗ ନେଇ ଡ଼ଃ ଆଶିଷ କୁମାର ଧରୁଆ ଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ କହୁଛନ୍ତି । ଏ ଭଳି ଅଭିଯୋଗ ଶୁଣିବା ପରେ ଅଂଚଳ ର ବରିଷ୍ଠ ବୁଦ୍ଧିଜୀବୀ ଏବଂ ମହିଳା ମାନେ ଡ଼ଃ ଧରୁଆ ଙ୍କୁ ଭେଟିଥିଲେ । ଯଦି ଅଗାମୀ ଦିନରେ ଡ଼ଃ ଆଶିଷ କୁମାର ଧାରୁଆ ଙ୍କୁ ଅନ୍ୟତ୍ର ବଦଳି କରାଯାଏ ତାହେଲେ ବଡ ଧରଣ ର ଆନ୍ଦୋଳନ ହେବ ବୋଲି କର୍ଲାମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଚେତାବନୀ ଦେଇଛନ୍ତି କର୍ଲାମୁଣ୍ଡା ଗ୍ରାମ ପଂଚାୟତ ର ସରପଞ୍ଚ କୃଷ୍ଣଚନ୍ଦ୍ର ବାଗ, ପାଣି ପଞ୍ଚାୟତ ଅଧ୍ୟକ୍ଷ ଶେଷଦେଵ ସାହୁ , ୫୦ରୁ ଅଧିକ ମହିଳା ଙ୍କ ସହ ଜନସାଧାରଣ ।ଯଦି ଡ଼ଃ ଆଶିଷ କୁମାର ଧାରୁଆ ଙ୍କୁ ଅନ୍ୟତ୍ର ବଦଳି କରାଗଲେ କର୍ଲାମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା କର୍ଲାମୁଣ୍ଡା,କେସିଙ୍ଗା,ମ.ରାମପୁର ଓ ବଲାଙ୍ଗୀର ଜିଲ୍ଲା ର ଅନେକ ଅଂଚଳ ରେ ସ୍ୱାସ୍ଥ୍ୟ ସେବା ବେହାଲ ହେବ ବୋଲି ବୁଦ୍ଧି ଯିବି ମହଲ ରେ ମତ ପ୍ରକାଶ ପାଉଛି।