ଆକ୍ସନ ମୁଡ଼ ରେ ରାଜଗାଙ୍ଗପୁର ପୋଲିସ
ସୁନ୍ଦରଗଡ଼ : ରାଜଗାଙ୍ଗପୁର (ସୌମ୍ୟଜୀତ ସ୍ୱାଇଁ)ରାଜଗାଙ୍ଗପୁର ପୋଲିସ କୁ ମିଳିଛି ଏକ ବଡ଼ ସଫଳତା। ଆଜି ପୋଲିସ ବିଭିନ୍ନ ଢ଼ାବା ରେ ଚଢ଼ାଉ କରି ବିଦେଶୀ ମଦ ଜବତ କରିବା ସହ ଢ଼ାବା ମାଲିକକୁ ଗିରଫ କରିଛି। ସହରରେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛି। କିଛିଦିନ ପୁର୍ବରୁ ସହରରେ ବ୍ରାଉନ ସୁଗାର ବ୍ୟବସାୟ କରୁଥିବା ମୁଖ୍ୟ ଅଭିଯୁକ୍ତ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। କିନ୍ତୁ ସହରରେ ଦିନକୁ ଦିନ ଢ଼ାବା ସଂଖ୍ୟା ବଢିବାରେ ଲାଗିଛି ଫଳରେ ଚୋରା ମଦ ବିକ୍ରି ମଧ୍ୟ ବଢ଼ିବାରେ ଲାଗିଛି। ଯୁବାପିଢି ମାନେ ମଧ୍ୟ ନିଶାରେ କବଳିତ ହେଉଛନ୍ତି । ଆଜି ରାଜଗାଙ୍ଗପୁର ପୋଲିସ ପକ୍ଷରୁ ଏନେଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଜି ୬ଟି ଢ଼ାବାରେ ପୋଲିସ ପକ୍ଷରୁ ଅତର୍କିତ ଚଢ଼ାଉ କରି ୨୨୪ (୧୧୩.୮୦ଲିଟର)ଟି ବିଦେଶୀ ମଦ ବୋତଲ ଜବତ କରିବା ସହ ଢ଼ାବା ମାଲିକ କୁ ଗିରଫ କରିଛି। ଜବତ ହୋଇଥିବା ମଦର ହାରାହାରି ମୂଲ୍ୟ ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ସୂଚନା ଦେଇଛି।