ବ୍ରାଉନ ସୁଗର ଜବତ, ଜଣେ ଗିରଫ

Share on facebook Share on Twitter Share on Whatsapp Share on Linkedin

ସୁନ୍ଦରଗଡ଼ : (ଅବଦୁଲ ଅଜିଜ) ହେମଗିର- ହେମଗିର ଥାନା ଅଂଚଳରେ ବେଆଇନ ଡ୍ରଗ୍ସ (ଧଳା ଜହର) କାରବାର କାୟା ବିସ୍ତାର କରିଚାଳିଥିବା ପୁଲିସ ର ବିଫଳତା କାରଣରୁ ଏହାର ଚେର ଖୁବ୍ ଗଭୀର କୁ ଲମ୍ବି ଚାଲିଛି। ଏନେଇ ନିୟମିତ ଭାବେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି କିନ୍ତୁ ପୁଲିସ କୁ ଏହି କାରବାରର କୈାଣସି ସୂଚନା ନମିଳିବା ନାନା ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶେଷରେ ପୁଲିସ ଆଜି ଜଣେ ଛୋଟ ଡ୍ରଗ୍ସ ବେପାରୀ କୁ ଧରିବାକୁ ସକ୍ଷମ ହୋଇ ତା ଠାରୁ ପ୍ରାୟ ଅଢେ଼ଇ ଗ୍ରାମ ବ୍ରାଉନ ସୁଗର ଜବତ କରିଥିବା ଜଣାଯାଇଛି। ଗିରଫ ବେଆଇନ ଚୋରା ଡ୍ରଗ୍ସ ବେପାରୀ ଜଣକ ଡୁଡୁକା ଗ୍ରାମର  ମଧୁ ନାଏକ ୬୨ ବୋଲି ଜଣାପଡିଛି। ଥାନା ଅଂଚଳରେ ଆହୁରି ଅନେକ ଡ୍ରଗ୍ସ ବେପାରୀ ମାନେ ନିଜ କାରବାର କୁ ବେଧଡକ ଭାବେ ଚଳାଇଛନ୍ତି। ସେମାନଙ୍କ ନିକଟକୁ ନିୟମିତ ଭାବେ ଚାରି ଚକିଆ କାର ରେ ଧଳା ଜହର ପହଞ୍ଚୁଛି, କିନ୍ତୁ ପୁଲିସ ଏବେ ଜଣେ ବେପାରୀକୁ କାବୁ କରିଥିବା ବେଳେ ଆଗକୁ ପୁଲିସ କୁ କି ସଫଳତା ମିଳୁଛି ତାହା ଆଗାମୀ ଦିନରେ ଜଣାପଡ଼ିବ। ..