ଜାତୀୟ ସ୍ତରୀୟ ବିନୁ ମାଙ୍କଡ଼ ଟ୍ରଫି ପାଇଁ ମନୋନୀତ ଆନନ୍ଦପୁର ମାଟିର ଯୁବକ ସାଇଦୀପ ମହାପାତ୍ର,,

Share on facebook Share on Twitter Share on Whatsapp Share on Linkedin

କେନ୍ଦୁଝର/ଆନନ୍ଦପୁର(ଉପେନ୍ଦ୍ର ସାହୁ): ଆନନ୍ଦପୁର ପାଇଁ ସ୍ୱତନ୍ତ୍ର ପରିଚୟ ଆଣିଛନ୍ତି ସାଇଦୀପ ମହାପାତ୍ର। ସାଇଦୀପଙ୍କ ଜନ୍ମ ମାଟି ଆନନ୍ଦପୁର ବ୍ଲକ୍ ଜଳସୁଆଁ ଗ୍ରାମରେ ହୋଇଥିବାବେଳେ ‌ସେ କଟକ ରେଭେନ୍ସାରେ ଯୁକ୍ତ ଦୁଇ ବିଜ୍ଞାନର ଦୃତିୟ ବର୍ଷ ଛାତ୍ର ଭାବେ ଅଧ୍ୟୟନରତ ରହିଛନ୍ତି । ବାପା ପ୍ରଦୀପ ମହାପାତ୍ର ଉଚ୍ଚ ନ୍ୟାୟାଳୟରେ ଆଇନଜୀବୀ ଭାବେ କାର୍ଯ୍ୟରତ ଅଛନ୍ତି । ପାଠପଢା ସହିତ କ୍ରିକେଟ ପ୍ରୀତି ସାଇଦୀପ ମହାପାତ୍ରଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି । ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଭିନ୍ନ ମାଙ୍କଡ ଟ୍ରଫି ନିମନ୍ତେ ହୋଇଥିବା ଅଣ୍ଟର ୧୯ ଚୟନ ପ୍ରକ୍ରିୟାରେ ତାଙ୍କୁ ଅଧିନାୟକ ଭାବେ ମନୋନୀତ କରାଯାଇଥିଲା। ଜଣେ ବକ୍ଷ ଅଲ୍ରାଉଣ୍ଡର ଭାବେ ନିଜର ଦକ୍ଷତା ପ୍ରତିପ୍ରାଦନ କରି ସାଇଦୀପ ଏହି ସଫଳତା ହାସଲ କରିପାରିଛନ୍ତି । ଚୟନ ପ୍ରକ୍ରିୟାରେ ସଫଳତା ପାଇଁ ଟିମ୍ ରେ ଅଧିନାୟକ ଭାବେ ସ୍ଥାନ ହାସଲ କରିବା ତାଙ୍କ ପାଇଁ ବହୁ ବଡ଼ ସଫଳତା ବୋଲି ପ୍ରକାଶ କରିଥିରେ । ଆଜି ଜାତୀୟ ସ୍ତରୀୟ ବିନୁ ମାଙ୍କଡ଼ ଟ୍ରଫି ପାଇଁ ୩ନଂ ସିରିଏଲ୍ ରେ ମନୋନୀତ ହୋଇଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଜଳସୁଆଁ ଗ୍ରାମର ଯୁବକ ସାଇଦୀପ ମହାପାତ୍ର ଏହା ସହିତ ତାଙ୍କ ଉପରେ ନ୍ୟସ୍ତ କରାଯାଇଥିବା ଏହି ଗୁରୁ ଦାୟିତ୍ବକୁ ସଫଳ ଭାବେ ପ୍ରତିପାଦିତ କରିବାକୁ ଉଦ୍ୟମ କରିବେ ବୋଲି ସାଇଦୀପ କହିଛନ୍ତି । ତାଙ୍କର‌ ଏହି ସଫଳତାକୁ ନେଇ ଆନନ୍ଦପୁର ଅଞ୍ଚଳରେ ଏବଂ ତାଙ୍କ ଗ୍ରାମରେ ଖୁସି ଲହରୀ ଖେଳିଯାଇଥିବା ଦେଖିବାକୁ ମିଳିଛି ।ଏବଂ ତାଙ୍କର ଶୁଭ କାମନା ଜଣାଇଛନ୍ତି ।।