ବିଶିଷ୍ଟ ପାଲା ଗାୟକ ତଥା ଆନନ୍ଦପୁର କଳାକାର ସଂଘର ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମରକଧ୍ୱଜ ଦେଓଙ୍କର ଅକାଳ ବିୟୋଗ ,,

Share on facebook Share on Twitter Share on Whatsapp Share on Linkedin

କେନ୍ଦୁଝର/ଆନନ୍ଦପୁର (ଉପେନ୍ଦ୍ର ସାହୁ): ଆନନ୍ଦପୁର ବ୍ଲକ କଳାକାର ସଂଘର ସଭାପତି ତଥା ବିଶିଷ୍ଟ ପାଲା ଗାୟକ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ମକରଧ୍ୱଜ ଦେଓ(୭୪)ଙ୍କର ଆଜି ଅକାଳ ବିୟୋଗ ହୋଇଛି । ତାଙ୍କର ଦେହ କିଛିଦିନ ହେବ ଅସୁସ୍ଥ ଥିବାରୁ କଟକରେ ଏକ ଘରୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ଆଜି ହଟାତ୍ ତାଙ୍କର ହୁଦ୍ଘାତ୍ ରେ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି ।ଏହି ଖବର ପାଇ ସ୍ତାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ସମାଜସେବୀ ବା ପରଉପକାରୀ ବ୍ୟକ୍ତି ଭାବେ ଏବଂ ଆଖପାଖ ଅଞ୍ଚଳର ଜଣେ ବିଶିଷ୍ଟ ପାଲା ଗାୟକ ଭାବେ ପରିଚିତଥିଲେ । ଗତ କିଛିବର୍ଷ ପୂର୍ବରୁ ବେଲବାହାଳି ସରକାରୀ କୁଣ୍ଡୁଳାଇ ପ୍ରାଥମିକ ବିଦ୍ୟାଳୟରୁ ପ୍ରଧାନଶିକ୍ଷକ ଭାବେ ଅବସର ଗ୍ରହଣ କରିଥିଲେ । ଏବେ କେନ୍ଦୁଝର ଜିଲ୍ଲାର କଳାକାର ସଂଘର ସକ୍ରିୟ ସଦସ୍ୟ ଥିବାବେଳେ ଆନନ୍ଦପୁର ବ୍ଲକରେ ମଧ୍ୟ କଳାକାର ସଂଘର ସଭାପତି ଥିଲେ । ଏହି ଦୁଃଖଦ ଖବରପାଇ ଆଖପାଖ ଅଞ୍ଚଳର କଳାକାର ମାନେ ଏବଂ ପାଲା ଗାୟକମାନେ ଓ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ସରପଞ୍ଚଙ୍କ ସମେତ ଗ୍ରାମବାସୀ ମାନେ ତାଙ୍କ ବାସଭବନ ସମ୍ମୁଖରେ ପହଞ୍ଚି ତାଙ୍କ ମୃତ ଶରୀରକୁ ଶେଷଦର୍ଶନ କରି ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ପ୍ରାଥନା କରିଛନ୍ତି । ତାଙ୍କ ମୃତ ବେଳକୁ ପୁଅ ବୋହୂ ଝିଅ ଜ୍ୱାଇଁ ନାତି ନାତୁଣୀ ବନ୍ଧୁ ବାନ୍ଧବ ସମସ୍ତେ ଉପସ୍ଥିତ ଥିଲେ । ସେସରେ ତାଙ୍କ ଗ୍ରାମ ପରିକ୍ରମା କରି ଗ୍ରାମ ସ୍ମଶାନରେ ତାଙ୍କର ସେଷକୁତ କରାଯାଇ ତାଙ୍କର ଏକମାତ୍ର ପୁଅ ମାନସ କୁମାର ଦେଓ ମୁଖାଗ୍ନି ଦେଇଥିବା ଜଣାପଡିଛି ।।