କୋଭିଡ଼ ନିୟମର ଉଲ୍ଲଂଘନ କରି ଚାଲିଥିଲା ଟ୍ରେନିଂ:ଖବର ପାଇ ପୋଲିସ ପହଁଚିବା ପରେ ଦୌଡ଼ ପଳାଇଲେ ଆୟୋଜକ କାରୀ,,
ଆନନ୍ଦପୁର(ଉପେନ୍ଦ୍ର ସାହୁ) କୋଭିଡ଼ କଟକଣାକୁ ଖୋଲାଖୋଲି ଉଲ୍ଲଂଘନ । ସବୁ ନିୟମକୁ ବେଖାତିର କରି ଆନନ୍ଦପୁର ଉପଖଣ୍ଡ ଘଷିପୁରା ଝାଡେଶ୍ୱର କଲ୍ୟାଣ ମଣ୍ଡପରେ ଚାଲିଥିଲା ରୁଦ୍ଧଦ୍ୱାର ଟ୍ରେନିଂ ।ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ସମସ୍ତ ଛତ୍ରଭଙ୍ଗ ଦେଇଥିଲେ ।ଖବର ଅନୁଯାୟୀ, ଏକ ଘରୋଇ କମ୍ପାନୀ ଦ୍ୱାରା ୩୦୦ରୁ ଅଧିକ ଲୋକଙ୍କ ୁ ନେଇ କଲ୍ୟାଣ ମଣ୍ଡପର ଏକ ଛୋଟ କୋଠରୀରେ ଟ୍ରେନିଂ ଚାଲିଥିଲା । ଏହି ଟ୍ରେନିଂରେ କେହି ହେଲେବି ସାମାଜିକ ଦୂରତା ମାନିନଥିଲେ । ଏପିରିକି ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ନଥିଲା । ଟ୍ରେନିଂକୁ ଆସିଥିବା ଲୋକମାନଙ୍କ ପାଇଁ ଭୋଜିର ବ୍ୟବସ୍ଥା ହୋଇଥିଲା । ପୋଲିସ ଓ ସ୍ଥାନୀୟ ପ୍ରଶାସନର ବିନା ଅନୁମତିରେ ଚାଲିଥିଲା ଏହି ଟ୍ରେନିଂ । ଘଟଣା ସଂପର୍କରେ ଖବର ପାଇଁ ଆନନ୍ଦପୁର ଉପଜିଲ୍ଲାପାଳ ପୋଲିସ ପ୍ରଶାସନକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲା । ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଟ୍ରେନିଂରେ ଭାଗ ନେଉଥିବା ଲୋକମାନେ ଛତ୍ରଭଙ୍ଗ ଦେଇଥିଲେ ।