ଫ୍ରିଫାୟାର ଗେମ୍ ନେଲା ୯ମ ଶ୍ରେଣୀ ଛାତ୍ରଙ୍କ ଜୀବନ
କେନ୍ଦୁଝର : ଆନନ୍ଦପୁର (ଉପେନ୍ଦ୍ର ସାହୁ)ଫ୍ରି ଫାୟାର ଗେମ୍ ହେଲା କାଳ । ଫ୍ରି ଫାୟାର ଗେମ୍ ଖେଳିବା ପାଇଁ ମା ଫୋନ ନ ଦେବା ରୁ ଆତ୍ମହତ୍ୟା କଲେ ୯ମ ଶ୍ରେଣୀ ର ଛାତ୍ର। ଏଭଳି ଅଭାବନୀୟ ଘଟଣା ଘଟିଛି ଘସିପୁରା ଥାନା ଇନ୍ଦୁପୁରା ଗ୍ରାମ ର ଚଗୁଲୁଯେନା ଙ୍କ ପୁଅ ସୋମ୍ୟରଞ୍ଜନ ଯେନା । ସୋମ୍ୟରଞ୍ଜନ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶାଳପଡା ର ୯ ମ ଶ୍ରେଣୀ ର ଛାତ୍ର । ସୋମ୍ୟରଞ୍ଜନ ଆଜି ବିଦ୍ୟାଳୟ ରୁ ଫେରିବା ପରେ ମୋବାଇଲ ଧରି ଗେମ ଖେଳିଥିଲେ। ଆସନ୍ତା କାଲି ପରୀକ୍ଷା ଥିବାରୁ ମା ତାକୁ ବାରଣ କରିଥିଲେ। ଏହି ଘଟଣା ପରେ ସୌମ୍ୟରଞ୍ଜନ ନିଜ ଘର ଛାତ ଉପରକୁ ଯାଇ ଗାମୁଛା ରେ ବେକକୁ ବାନ୍ଧି ଆତ୍ମହତ୍ୟା କରିଥିବା କଥା ମା କହିଛନ୍ତି ।