ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ଜନଜାତି ସାଂସ୍କୃତିକ ସମାବେଶ
ସୁନ୍ଦରଗଡ଼ : ବେଦବ୍ୟାସ ରାଜଗାଙ୍ଗପୁର (ସୌମ୍ୟଜୀତ ସ୍ଵାଇଁ) ବିଜୁ ଛାତ୍ର ଓ ବିଜୁ ଜନତା ଦଳ ଦ୍ୱାରା ଆୟୋଜିତ ସାଂସ୍କୃତିକ ସମାବେଶରେ ଜନଜାତି ଖାଦ୍ୟ, ପୋଷାକ, ଅଳଙ୍କାର ତଥା ସାମାଜିକ ପରମ୍ପରାର ଏକ ଅଦ୍ଭୁତ ସମାବେଶ ବେଦବ୍ୟାସ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ରୂପେ ସୁକିନ୍ଦା ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ଇଂ ପ୍ରୀତିରଞ୍ଜନ ଘଡେଇ ଯୋଗଦାନ କରି ତାଙ୍କ ବକ୍ତବ୍ୟରେ "ପ୍ରବାଦ ପୁରୁଷ ବିଜୁବାବୁ"ଙ୍କ ସ୍ୱଭାଲମ୍ବୀ ଓଡିଶା ତାଙ୍କର ସୁପୁତ୍ର ଦ୍ୱାରା ସଫଳ ହୋଇଛି।ଜନଜାତି ଲୋକ ମାନେ ଆଜିର ସମାବେଶ ପରେ ଦଳପ୍ରତି ଆକୁଷ୍ଠ ହୋଇ ଦଳକୁ ସୁଧୁଢ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ସଂମାନିୟ ବକ୍ତା ରୂପେ ରଘୁନାଥପଲ୍ଲୀ ବିଧାୟକ ସୁବ୍ରତ ତରେଇ,ପୂର୍ବତନ ବିଧାୟକ ତଲସରା ଶ୍ରୀ ପ୍ରଫୁଲ ମାଝୀ, ନିହାର ସୁରିନ, ପୂର୍ବତନ ଉପନଗରପାଳ ରବିନାରାୟଣ ମିଶ୍ର, ନଗରପାଳ ରଶ୍ମିବାଲା ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦିକା ରଶ୍ମି ଏକ୍କା, ରାଜ୍ୟ ଉପସଭାପତି ମିନତୀ ଦେବତା, ଯୁବନେତା ଷ୍ଟିଫେନ , ଆଇନଜୀବୀ ସତ୍ୟଶର୍ମା ଆଦିବାସୀ ଜନଜାତି ସହିଦଙ୍କ ଫୋଟୋଚିତ୍ରରେ ମାଲ୍ୟାର୍ପଣ ସହିତ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ରାଜଗାଙ୍ଗପୁର ଠାରୁ ବେଦବ୍ୟାସ ଯାଏଁ ଏକ ସାଇକେଲ ରାଲି, ରଘୁନାଥପଲ୍ଲୀ ଠାରୁ ବେଦବ୍ୟାସ ଯାଏଁ ମଟର ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା। ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ରବୀନ୍ଦ୍ର ପ୍ରଧାନ ଏବଂ ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦକ ବିଭୁତି ଭୂଷଣ ପୁହାନ ମଂଚ ପରିଚାଳନା କରିଥିଲେ। ଜନଜାତି ସଂସ୍କୃତ ପ୍ରତି ଅବଦାନ ଥିବା ଗବେଷକ, ଲେଖକ ତଥା ଐଇତିହାସିକ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।