ମାଉଜର ଦେଖାଇ ପେଟ୍ରୋଲ ପମ୍ପ୍ ରୁ ୨ଲକ୍ଷ ପଚାଶ ହଜାର ଲୁଟ
ଖୋର୍ଦ୍ଧା : ଗଙ୍ଗାଧରପୁର (ସୂର୍ଯ୍ୟକାନ୍ତ ସାହୁ) ମାଉଜର ଦେଖାଇ ପେଟ୍ରୋଲ ପମ୍ପ ରୁ ଲୁଟ । ଘଟଣା ଘଟିଛି ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ବିକାଶ ଫିଲ୍ଲଂ ଷ୍ଟେସନ ଠାରେ । ଗତ ରାତି ୯.୩୦ ମିନିଟ ସମୟରେ ପେଟ୍ରୋଲ ପମ୍ପ କର୍ମଚାରୀ ମାନେ ହିସାବ ପତ୍ର କରୁଥିବା ସମୟରେ ତିନି ଜଣ ଦୁର୍ବୁତ୍ତ ଏକବାଇକ ରେ ଆସି କର୍ମଚାରୀ ମ୍ୟାନେଜର ଙ୍କୁ ମାଉଜର ଦେଖାଇ ଭୟ ହଭିତ କରାଇ ତାଙ୍କ ଟଙ୍କା ଭର୍ତ୍ତି ବ୍ୟାଗ, ଡ୍ର ରୁ ଥିବା ଅର୍ଥ ସବୁ ଲୁଟି ନେଇଥିଲେ । ଦୁର୍ବୁତ୍ତ ମାନେ ମାସ୍କ, ମଫୁଲର, ପିନ୍ଧିଥିବା ରୁ ଚିହ୍ନିବା ମୁସ୍କିଲ ହୋଇ ପଡିଛି । ଫାଙ୍କା ଗୁଳି ଚାଳନା କରି ଲୁଟି ନେଇଛନ୍ତି ୨ ଲକ୍ଷ୍ୟ ୫୦ ହଜାର ଟଙ୍କା । ସିସିଟିଭି ରେ ଲୁଟ ର ସମସ୍ତ ଘଟଣା କଏଦ ହୋଇଛି । ପେଟ୍ରୋଲ ପମ୍ପ ମାଲିକ ଫୋନେ ଯୋଗେ ଜଙ୍କିଆ ଥାନା ରେ ଖବର ଦେବା ପରେ ପୋଲିସ ତଦନ୍ତ ଚଳାଇଛି ବୋଲି ଫୋନ ଯୋଗେ ପେଟ୍ରୋଲପମ୍ପ ମାଲିକ କହିଛନ୍ତି
Byte : Bikash pradhan, owner
ରିପୋର୍ଟ ସ୍ଵସ୍ତିକ ନ୍ୟୁଜ୍ I