ମୁଖୀଗୁଡା ଜଗନ୍ନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଲୁପା ସାମଗ୍ରୀ ଚୋରି
କଳାହାଣ୍ଡି : ଧର୍ମଗଡ଼ (ପ୍ୟାରୀ ଲାଲ ଦୁର୍ଗା) -କଳାହାଣ୍ଡି ଜିଲ୍ଲା ମୁଖୀଗୁଡା ଜଗନ୍ନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ରୁପା ଅଳଙ୍କାର , ପିତଳ ସାମଗ୍ରୀ ,ହୁଣ୍ଡି ରେ ଥିବା ଟଙ୍କା ଗତ ରାତିରେ ଚୋରି ହୋଇଥିବା ଜଣାପଡିଛି । ଆଜି ସକାଳ ପ୍ରାୟ୫ଟା ୩୦ମିନିଟ ସମୟରେ ମନ୍ଦିର ପୂଜକ ମନ୍ଦିର ଭିତରକୁ ପହଞ୍ଚିବା ପରେ ଦେଖିବାକୁ ପାଇଲେ ଯେ ମନ୍ଦିର ଦକ୍ଷିଣ ଦ୍ୱାର ତାଲା ଭାଙ୍ଗି ଯାଇଛି ପରେ ସେ ଦେଖିବାକୁ ପାଇଲେ ଯେ ହୁଣ୍ଡି ର ତାଲା ଭଙ୍ଗା ଯାଇଛି ।ଭଗବାନଙ୍କ ତିନୋଟି ରୁପା ମୁକୁଟ ସହ ,ଅଣ୍ଟା ପାତିଆ ,ପୂଜା ପାଇଁ ବ୍ୟବହାର କରାଯାଉଥିବା ପିତଳ ସାମଗ୍ରୀ ଚୋରି ହୋଇଯାଇଛି।ଏନେଇ ସେ ମନ୍ଦିର ପରିଚାଳନା କମିଟି କୁ ଜଣାଇବା ପରେ ମୁଖୀଗୁଡା ଫାଣ୍ଡି ଅଧିକାରୀ ଙ୍କୁ ସୂଚନା ଦିଆଯାଇଛି ।ହୁଣ୍ଡି ରେ ପ୍ରାୟ ୩୦ରୁ ୪୦ହଜାର ଟଙ୍କା ଥିବା ଅନୁମାନ କରାଯାଉଛି ସେହେପରି ଚୋରି ସାମଗ୍ରୀ ର ମୂଲ୍ୟ ୧୦ଲକ୍ଷ ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଇଛି।