ପୌରାଧ୍ୟକ୍ଷା ଙ୍କ ପ୍ରତି ଚିକିତ୍ସକ ଙ୍କ ଦୁର୍ବ୍ୟବହାର
ରାଜଗାଙ୍ଗପୁର(ସୌମ୍ୟଜୀତ ସ୍ୱାଇଁ)ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଚିକିତ୍ସକ ଅବିନାଶ ପ୍ରଧାନ ଙ୍କ ବିରୋଧରେ ପୌରାଧ୍ୟାକ୍ଷା ଙ୍କ ସାଂଘାତିକ ଅଭିଯୋଗ,ଶଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି। ରାଜଗାଙ୍ଗପୁର ପୌରପାଳିକାର ପୌରାଧ୍ୟକ୍ଷା ମାଧୁରୀ ଲୁଗୁନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନକୁ ଆସିଥିବା ସମୟରେ ଜଣେ ଗୁରୁତର ରୋଗୀ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଜାଣିବା ପାଇଁ କାର୍ଯ୍ୟରତ ଥିବା ଚିକିତ୍ସକ ଙ୍କ ପାଖକୁ ଯାଇଥିଲେ କିନ୍ତୁ ଚିକିତ୍ସକ ପୌରାଧ୍ୟକ୍ଷା ଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଚିକିତ୍ସକ ଙ୍କ ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରି ଅନ୍ୟତ୍ର ସ୍ଥାନାନ୍ତରିତ କରି ଓ ତାଙ୍କ ସ୍ଥାନରେ ଅନ୍ୟ ଚିକିତ୍ସକ ଙ୍କୁ ନିଯୁକ୍ତି ଦେବାପାଇଁ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ପୌରଧ୍ୟକ୍ଷା ଲିଖିତ ଭାବେ ଜଣାଇଛନ୍ତି । ୩ ଦିନ ସମୟ ମଧ୍ୟରେ ଅବିନାଶ ପ୍ରଧାନ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଏହାର ବ୍ୟତିକ୍ରମହେଲେ ରାଜଗାଙ୍ଗପୁର ବାସୀ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବେ। ଚିକିତ୍ସକ ଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କର୍ତ୍ତୃପକ୍ଷ ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲେ । ଯାହା ଫଳରେ ଚିକିତ୍ସକ ମନମୁଖୀ କାର୍ଯ୍ୟ କରୁଥିଲେ। ସରକାର ଙ୍କ ପକ୍ଷରୁ ମୋଟା ଅଙ୍କର ପାରିଶ୍ରମିକ ପାଉଥିଲେ ମଧ୍ୟ ରୋଗୀ ସେବାରେ ଅବହେଳା ପ୍ରଦର୍ଶନ କରୁଥିଲେ। ଜିଲ୍ଲା ଚିକିତ୍ସା ଅଧିକାରୀ ଙ୍କ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜଗାଙ୍ଗପୁର ବାସୀ ଅପେକ୍ଷା କରିଛନ୍ତି।