ଝୁଲନ୍ତା ଅବସ୍ଥାରେ ଯୁବକଙ୍କର ମୃତ ଦେହ ଉଦ୍ଧାର
ରାଜଗାଙ୍ଗପୁର(ସୌମ୍ୟଜୀତ ସ୍ଵାଇଁ) ବାବାତଲାଵ ନିକଟରେ ଥିବା ଏକ ଶୁଖିଲା ଗଛରେ ମଧୁସୂଦନ କଲୋନୀର ବାସିନ୍ଦା ନନ୍ଦଲାଲ ସିଂ ଙ୍କ ପୁତ୍ର ଚନ୍ଦନ ସିଂ ଏକ ବେଡ଼ସିଟ ସାହାଯ୍ୟରେ ବେକରେ ଫାଶୀ ଲାଗାଇ ଝୁଲି ଥୂବାର ଦେଖିବାକୁ ମିଳିଛି। ମୃତ୍ୟୁର କାରଣ ଜଣା ପଡିନଥିଲେ ମଧ୍ୟ ପାରିବାରିକ କଳହଥିବା ସନ୍ଦେହ କରାଯାଉଛି। ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ନନ୍ଦଲାଲ ଓ ତାଙ୍କ ପୁତ୍ର ଚନ୍ଦନ ଙ୍କ ମଧ୍ୟରେ କଳହ ଲାଗିଥିଲା। ପୁଲିସ ର ଉପସ୍ଥିତିରେ କଳହକୁ ସମାଧାନ କରାଯାଇଥିଲା କିନ୍ତୁ ବିଳମ୍ବିତ ରାତିରେ ଚନ୍ଦନ ଘରୁ ଏକ ବେଡ଼ ସିଟ ନେଇ ବାହାରକୁ ପଳାଇ ଆସିଥିଲେ। ଆଜି ସକାଳେ ଚନ୍ଦନ ବେକରେ ବେଡ଼ ସିଟ ଲଗାଇ ଏକ ଶୁଖିଲା ଗଛରେ ଝୁଲିଥିବାର ଦେଖିବାକୁ ମିଳିଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ତଦନ୍ତ ଚଳାଇଛି।