ବିଜେପିର ମହିଳା ନେତ୍ରୀ ଶ୍ରୀମତି ଅନୁଜା ନନ୍ଦ ବିଶ୍ୱାଳ ଙ୍କ ନେତୃତ୍ୱରେ ୪୧ ନମ୍ବର ୱାର୍ଡ ରେ କେଣ୍ଡାଲ ଶୋଭାଯାତ୍ରା
ବ୍ରହ୍ମପୁର : (ପଵିତ୍ର ଚୌଧୁରୀ) (୨୬/୦୭)ଭାରତୀୟ ଜନତା ପାର୍ଟି ର ମହିଳା ନେତ୍ରୀ ଶ୍ରୀମତି ଅନୁଜା ନନ୍ଦ ବିଶ୍ୱାଳ ଙ୍କ ନେତୃତ୍ୱରେ ୪୧ ନମ୍ବର ୱାର୍ଡ ଅନ୍ତର୍ଗତ ଖୋଡ଼ସିଂ ପେଟ୍ରୋଲ ପମ୍ପ ଠାରୁ ଇଂଜିନିୟରିଂ ସ୍କୁଲ ପର୍ଯ୍ୟନ୍ତ ଏକ କେଣ୍ଡାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ବ୍ରହ୍ମପୁର ଉପକଣ୍ଠ ଜଗଦଳପୁରର ଶହୀଦ ଏସ. ଶ୍ରୀନିବାସ ପାତ୍ର ଙ୍କ ସ୍ମୃତି ରେ ଏହି ଯାତ୍ରା କାରଗିଲ ବିଜୟ ଦିବସ ରୂପେ ପାଳିତ ହୋଇଛି।ଏହି ଶୋଭାଯାତ୍ରାରେ ବରିଷ୍ଠ ବିଜେପି ନେତା କାହୁଁ ପତି, ଡ଼।.ସୁବାଷ ସାହୁ,ରାମ ପାତ୍ର, ବାଳ କୃଷ୍ଣ ସାମନ୍ତରାୟ, ଶିବ ନାୟକ,ମନୋଜ କୁମାର ସେଠୀ, ରାଧାନାଥ ପାତ୍ର, ପ୍ରଭାତ ଷଡଙ୍ଗୀ,ବନିତା ସାହୁ,ରାମ ପତ୍ର,ରଞ୍ଜିତା ବେହେରା,ବର୍ଷା ବିଧୁସ୍ମିତା, ସୁମିତ ପାତ୍ର, ମିଲନ ସିଂ,ଦୀପକ ନାୟକ,ରୋହିତ ରେଡ୍ଡୀ, କ.ରୋହିତ, ସୁବ୍ରତ ପାଳ, ଏମ.କ୍ରିଷ୍ଣା ଙ୍କ ସମେତ ଏକାଧିକ କର୍ମୀ ଏହି ଶୋଭା ଯାତ୍ରା ରେ ସାମିଲ ହୋଇଥିଲେ।ଏଥିରେ ବ୍ରହ୍ମପୁର ୪୧ ନମ୍ବର ୱାର୍ଡ ର ବହୁ ଜନପ୍ରତିନିଧି ଓ ଅଂଚଳବାସୀ ମାନେ ଯୋଗଦେଇ ସ୍ମତିଚାରଣ କରିବା ସହିତ ତାଙ୍କ ବିରତ୍ୱର ଗାଥାକୁ ମନେ ପକାଇଥିଲେ । ଶ୍ରୀନିବାସଙ୍କ ବଳିଦାନ ପାଇଁ ସାରା ଦେଶ ଗର୍ବିତ ଥିବା ବେଳେ ଜିଲ୍ଲାବାସୀ ମଧ୍ୟ ଗର୍ବିତ ବୋଲି କହିଥିଲେ।କାରଗିଲ ଯୁଦ୍ଧରେ ଶହୀଦ ହୋଇଥିବା ଶ୍ରୀନିବାସ ଜଗଦଳପୁର ତଥା ଗଞ୍ଜାମ ଜିଲ୍ଲାର ହୋଇଥିବା ହେତୁ ସମସ୍ତେ ତାଙ୍କ ପାଇଁ ଗର୍ବ କରିବାର ଆବଶ୍ୟକତା ରହିଛି । ଶ୍ରୀନିବାସ ଯେଭଳି ଦେଶ ପାଇଁ ନିଜର ଜୀବନକୁ ଉତ୍ସର୍ଗୀକୃତ କରିଥିଲେ । ଠିକ୍ ସେହିଭଳି ବର୍ତ୍ତମାନ ସମୟରେ ପ୍ରତ୍ୟେକ ନାଗରିକ ଦେଶ ପାଇଁ କିଛି ନା କିଛି କାମ କରିବାର ଆବଶ୍ୟକତା ରହିଛି ବୋଲି ବିଜେପି ର ବରିଷ୍ଠ ନେତା କାହୁଁ ପତି କହିଥିଲେ।