ଡାବୁଗାଁ ତହସିଲରେ ବିଧାୟକଙ୍କ ଉପସ୍ଥିତି ରେ ଜଙ୍ଗଲ ଜମି ପଟା ବଣ୍ଟନ କାଯ୍ୟକର୍ମ ଅନୁଷ୍ଠିତ
ନବରଙ୍ଗପୁର୍-- ନବରଙ୍ଗପୁର୍ ଜିଲ୍ଲା ଡାବୁଗାଁ ତହସିଲ୍ କାର୍ଜ୍ୟାଳୟ
ପରିସରରେ ଅଧିକାରରେ ଥିବା ଜଙ୍ଗଲ ଜମି ଚାଷ କରି ଚଳି ଆସୁ
ଥିବା ଜନ ସାଧାରଣ ମାନଙ୍କ ପାଇଁ ୨୦୦୫ ମସିହାରେ ପ୍ରଣୟନ ହୋଇ ଥିବା ଆଇନ ବଳରେ ସେମାନଙ୍କୁ ଅକ୍ତିଆର କରି ଥିବା ଜମିର ଜଙ୍ଗଲ ଜମି ପଟା ବଣ୍ଟନ କାର୍ଜ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା।ଏହି ଅବସରରେ ଆୟୋଜିତ ସଭାରେ ସ୍ଥାନୀୟ ତହସିଲଦାର ସନ୍ଧ୍ୟା ସମରଥଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ଡାବୁଗାଁ ଲୋକ ପ୍ରିୟ ବିଧାୟକ ମନୋହର ରନ୍ଧାରୀ,ଡାବୁଗାଁ ବ୍ଲକ ଅଧକ୍ଷା ବୀ ଣା ମାଝି,ଉପାଧକ୍ଷ ସଦାନନ୍ଦ ନାୟକ,ସାନ୍ସଦ ପ୍ରତିନିଧି ଏମ୍ ଆପ୍ପା ରାଓ,ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ,ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର,ଡାବୁଗାଁ ପୁର୍ବତନ ସରପଞ୍ଚ ଜି ପ୍ରକାଶ ରାଓ, ଡଙ୍ଗରିଗୁଡା ସରପଞ୍ଚ ରାମ କୁମର ଗଣ୍ଡ,ଜୁନାପାଣି ସରପଞ୍ଚ୍ ଦୟା ମାଝି,ଟି ଜୁଗୁନ୍ ବାବୁ,ଜି ମୁରଲି ରାଓ ପ୍ରମୁଖ ଉପସ୍ଥିତ ଥିଲେ।ଜଙ୍ଗଲ ଜମି ଅଧିକାର ଆଇନ ବଳରେ ଘୋଡାଖୁଣ୍ଟା ରାଜସ୍ଵ ସର୍କଲ ର ନନ୍ଦପୁରା ଗ୍ରାମାର ୪୮ ଜଣ ଓ ମେଞ୍ଜର ଗ୍ରାମର ୪୯ ଜଣଙ୍କୁ ଅଧିକାରରେ ଥିବା ଜଙ୍ଗଲ ଜମିର ଜଙ୍ଗଳଜମି ପଟା ବଣ୍ଟନ କରା ଜାଇଥିଲା।ଉକ୍ତ କାର୍ଜ୍ୟକ୍ରମ ରେ ଘୋଡାଖୁଣ୍ଟା ରାଜସ୍ଵ ନିରିକ୍ଷକ ଗଙ୍ଗାଧର ମହାଙ୍କୁଡ,ଫରେଷ୍ଟ ରାଇଟ୍ ସେଲ୍ । କୋ-ଅଡିନେଟର ସୋମ୍ୟ ରଞ୍ଜନ ପଟ୍ଟନାୟକ ଓ ମାଇକେଲ୍
ସେନାପତିଙ୍କ ସହ ଅମର ମାଳି ସହଜୋଗ କରି ଥିଲେ।ତହସିଲଦାର ମ୍ୟାଡାମ ଙ୍କ ବଦଳି ହୋଇ ଥିବା ନେଇ ବିଧାୟକ ଶ୍ରୀ ରନ୍ଧାରୀ ଉତରୀୟ ଦେଇ ବିଦାୟ୍ କାଳୀନ ସମ୍ବର୍ଧନା ଦେଇ ଥିଲେ।ଏଭଳି ଆଜି ଡାବୁଗାଁ ବ୍ଲକରେ 9ଜଣ ବିଦ୍ୟାଙ୍ଗ କୁ ଟ୍ରାୟସାଇକେଲ ବାଣ୍ଟିଥିଲେ ଡାବୁଗାଁ ବିଧାୟକ।