ସ୍ୱାସ୍ଥ୍ୟ ବିଭାଗର ଓ ମନ୍ଦିର କମିଟିର ଅବହେଳା ଯୋଗୁଁ ଅକାଳରେ ଚାଲିଗଲା ଭକ୍ତ ଙ୍କ ଜୀବନ
ରାଜଗାଙ୍ଗପୁର(ସୌମ୍ୟଜିତ ସ୍ୱାଇଁ)ପୁଣି ଘୋଘର ଧାମ ରେ ଅଘଟଣ । ଆଜି ଶ୍ରାବଣ ମାସ ତୃତୀୟ ସୋମବାରରେ ଘୋଘର ଠାରେ ଜଣେ ଶ୍ରଦ୍ଧାଳୁ ହୃଦଘାତରେ ମୃତ୍ୟୁ ଘଟିଛି।ପଡୋଶୀ ରାଜ୍ୟ ଛତିଶଗଡ଼ ର ବାସିନ୍ଦା ଦିଲେଶ୍ୱର ପ୍ରସାଦ ସାହୁ ଙ୍କ ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ଗତକାଲି ଟ୍ରେନ ଯୋଗେ ପଡୋଶୀ ରାଜ୍ୟ ଛତିଶଗଡ଼ର ଚମ୍ପା ଗ୍ରାମରୁ ୭ ଜଣ ଶ୍ରଦ୍ଧାଳୁ ଜଳାଭିଷେକ ପାଇଁ ବେଦବ୍ୟାସ କୁ ଆସିଥିଲେ। ସେଠାରେ ପାଣି ନେଇ ଜଳାଭିଷେକ କରିବା ପାଇଁ ଘୋଘର ଧାମ କୁ ଆସିଥିଲେ। ଆଜି ସକାଳୁ ଦିଲେଶ୍ୱର ପ୍ରସାଦ ସାହୁ ଜଳାଭିଷେକ କରି ମନ୍ଦିର ବାହାରୁ କୁ ଆସିଥିଲେ ଓ ମନ୍ଦିର ନିକଟରେ ଶୋଇ ପଡ଼ିଥିଲେ। ସାଥି ମାନେ ଖୋଜା ଖୋଜି କରି ଦିଲେଶ୍ୱର ଙ୍କୁ ପାଇଥିଲେ। ସେଠାରୁ ନଉଠିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଶ୍ରାବଣ ମାସରେ ଘୋଘର ଧାମରେ ଶତାଧିକ ଭକ୍ତ ଙ୍କ ସମାଗମ ହେଉଛି କିନ୍ତୁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଭକ୍ତ ଙ୍କ ପାଇଁ କୌଣସି ପ୍ରକାରର ଆଖି ଦୃଷ୍ଟିଆ ପଦକ୍ଷେପ ନିଆଯାଇ ନାହିଁ । ଯାହା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ମନ୍ଦିର କମିଟି ପକ୍ଷରୁ ରାଉରକେଲା ସ୍ଥିତ ଜେପି ହସ୍ପିଟାଲ କୁ କ୍ୟାମ୍ପ କରି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଅନୁମତି ଦେଇଛି କିନ୍ତୁ ଉକ୍ତ ହସ୍ପିଟାଲ ନିଜର ପ୍ରଚାର ପ୍ରସାର କରିବାରେ ବ୍ୟସ୍ତ ରହୁଛି। ସରକାରୀ ସ୍ତରରେ ମଧ୍ୟ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଘରୋଇ ହସ୍ପିଟାଲର କର୍ତ୍ତୃପକ୍ଷ କେବଳ ନିଜର ବେନର ମାରି ପ୍ରଚାର ପ୍ରସାର କରୁଥିବାର ନଜର କୁ ଆସିଛି। ଯାହା ସାଧାରଣରେ ମନ୍ଦିର କମିଟି ର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି।