ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ରେଡ୍ , ଯୁଆଡେ ଖୋଜିଲେ ମିଳୁଛି ଖାଲି ୫୦୦ ଟଙ୍କିଆ ବି ଟଙ୍କିଆ ବିଡା । ଭିଜିଲାନ୍ସ ବି ଏତେ ଟଙ୍କା ଦେଖି ତାଜୁବ

Share on facebook Share on Twitter Share on Whatsapp Share on Linkedin

ନବରଙ୍ଗପୁର : ଆୟ ବହିର୍ଭୁତ ଠୁଳ ଅଭିଯୋଗରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ସୂଚନା ଅନୁଯାୟୀ ଭିଜିଲାନ୍ସ ବିଭାଗର 9 ଟି ଟିମ୍ ନବରଙ୍ଗପୁର ସରକାରୀ ବାସଭବନ, କାର୍ଯ୍ୟାଳୟ ସହ ଭଦ୍ରକରେ ଥିବା ନିଜ ବାସଭବନ, ଭୁବନେଶ୍ୱରସ୍ଥିତ କାନନ ବିହାରର ଏକ ଘରେ ରେଡ଼ ଚାଲିଥିବା ସୂଚନା l ଅତିରିକ୍ତ ଉପଜିଲ୍ଲାପାଳ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକରେ ବିଡ଼ିଓ ଥିବା ସମୟରେ ଜିରିପାଣି ପଞ୍ଚାୟତର 11 ଲକ୍ଷ ଟଙ୍କାର ଏକ ପ୍ରୋଜେକ୍ଟର ବିଲ୍ କରେଇଦେବା ପାଇଁ 1 ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ l ଗୋଟିଏ ବ୍ରିଫ କେସ ଓ ୬ଟି ପେଟିରୁ ବିପୁଳ ଟଙ୍କା ଜବତ କରିଛି ଭିଜିଲାନ୍ସ । ଏହି ପେଟି ଗୁଡିକରେ ୫୦୦ ଟଙ୍କାର ବିଡା ବିଡା ନୋଟ୍ ଭର୍ତ୍ତି ହୋଇ ରହିଛି । ଭିଜିଲାନ୍ସ ଟିମ୍ ଚଢାଉ କରିବା ପାଇଁ ଆସିବା ବେଳେ ତରବରିଆ ଭାବେ ଏହି ଟଙ୍କା ଭର୍ତ୍ତି ପେଟି ଗୁଡିକ ପ୍ରଶାନ୍ତ ରାଉତଙ୍କ ଘରକୁ ଲାଗି ରହିିଥିବା ଆଉ ଏକ ଘର ଛାତ ଉପରକୁ ଫିଙ୍ଗି ଦିଆଯାଇଥିଲା । ଏହି ସବୁକୁ ଜବତ କରିଛି ଭିଜିଲାନ୍ସ । ତେବେ ପଡୋଶୀ ଘର ସଦସ୍ୟ ଏନେଇ କିଛି ସ୍ପଷ୍ଟ ଉତ୍ତର ରଖିପାରିନାହାନ୍ତି ଯେ ଟଙ୍କା କେଉଁଠୁ ଆସିଲା । ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ । ଭଦ୍ରକ, ଭୁବନେଶ୍ୱର ସମେତ ୯ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ