ଲଗାଣ ବର୍ଷାରେ ଗଛ ପଡି ରାସ୍ତା ଅବରୋଧ: ଯାତାୟତ ପ୍ରଭାବିତ
ବୈପାରିଗୁଡା( ବିକ୍ରାନ୍ତ କୁମାର ବେବର୍ତ୍ତା): ବୈପାରିଗୁଡା ବ୍ଲକ ବୈପାରିଗୁଡା ଗୁପ୍ତେଶ୍ବର ଯିବା ରାସ୍ତା ର ଅଣ୍ଡରୀ ଗ୍ରାମକୁ ଯିବା ରାସ୍ତା ପାଖ ରେ ଲଗାଣ ବର୍ଷା ଯୋଗୁଁ ଗଛ ପଡି ରାସ୍ତା ଅବରୋଧ ହୋଇଛି। ରବିବାର ବିଳମ୍ବିତ ରାତିରେ ଏକ ବିରାଟକାୟ ଗଛ ପଡିଯାଇ ରାସ୍ତା ଅବରୋଧ ହେଇଥିଲା। ଏହା ପ୍ରଭାବରେ ଯାନବାହନ ଚଳାଚଳ ଅଟକି ରହିଛି ଏବଂ ଯାତାୟତ ଠପ୍ ହେଇ ଯାଇଥିଲା! ଦିନତମାମ ବୈପାରିଗୁଡା ବ୍ଲକର ଆଖପାଖ ଅଂଚଳରେ ବର୍ଷା ଲାଗି ରହିଥିବା ସାଙ୍ଗକୁ ରାତ୍ରିରେ ଘଡଘଡି ସାଙ୍ଗରେ ପବନ ଓ ମୁଷଳ ଧାରାରେ ବର୍ଷା ହେବାଯୋଗୁଁ ବିଭିନ୍ନ ରାସ୍ତାରେ ପାଣି ଜମି ରହିବା ସାଙ୍ଗକୁ ଅଣ୍ଡରୀ ପାଖ ରାସ୍ତାରେ ଏକ ବିରାଟ ଗଛ ପଡି ଯିବା ଯୋଗୁଁ ଯାତାୟାତ ରେ ଅସୁବିଧା ହୋଇଛି। ଏ ନେଇ ବୈପାରିଗୁଡା ଦମକଳ ବିଭାଗକୁ ସୂଚନା ଦିଆଯାଇଛି। ଅଗ୍ନିଶମ ବିଭାଗର ଓଆଇସି ଉମେଶ ଚନ୍ଦ୍ର ବାଘଙ୍କ ନେତୁତ୍ବରେ Driver. S. k. halwa , Fire man. T. chalan. , S naik. r.k.pradhan. s.d.sabar. g.hikmi ପ୍ରମୁଖ ଘଟଣାସ୍ଥଳରେ ପହଂଚିଥିଲେ ! ବର୍ଷା ଲାଗି ରହିଥିବା ଯୋଗୁଁ ଗଛଟିକୁ ରାସ୍ତାରୁ ଉଠାଇବା ରେ ବଡ ସଫଳ ହାସଲ କରିଥିଲେ ବିଭାର କର୍ମଚାରୀ ! ଏବେ ଏହି ରାସ୍ତା ଯାନବାହାନ ଚଳାଚଳ ସଭାବିକ ହେଇଥିବାର ଦେଖାଯାଇଛି