ଭୟଙ୍କର ବସ୍‌ ଦୁର୍ଘଟଣା ୧୨ ମୃତ

Share on facebook Share on Twitter Share on Whatsapp Share on Linkedin

ଦିଗପହଣ୍ଡି: ; ନୃସିଂହ ବେହେରା , ଗଞ୍ଜାମ ଦିଗପହଣ୍ଡିରେ ଦୁଇ ବସ୍ ମୁହାଁମୁହିଁ ଧକ୍କା । ଓଏସଆରଟିସି ବସ୍ ଏବଂ ଘରୋଇ ବସ୍ ମଧ୍ୟରେ ଧକ୍କା ହୋଇଛି । ଦୁର୍ଘଟଣାରେ ୧୨ଜଣଙ୍କ ଯାତ୍ରୀ ମୃତ୍ୟୁ ହୋଇଛି l ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗାଁ ଲୋକେ କନିଆ ପକ୍ଷଲୋକ କନିଆକୁ ବର ଘରେ ଛାଡ଼ି ଭୋଜି ଖାଇ ବ୍ରହ୍ମପୁରରୁ ଫେରୁଥିଲେ । ମିନିବସ୍ ଯୋଗେ ଫେରିଲା ବେଳେ ଦିଗପହଣ୍ଡି ଖେମୁଣ୍ଡି କଲେଜ ସମ୍ମୁଖରେ ରାୟଗଡାରୁ ଆସୁଥିବା OSRTC ବସ୍ ମିନି ବସକୁ ଧକ୍କା ଦେଇଥିଲା । ଫଳରେ ମିନିବସ୍ ରାସ୍ତା ପାର୍ଶ୍ଵକୁ ଓଲଟି ପଡିଥିଲା l ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନରେ ଆହତଙ୍କ ଚିକିତ୍ସା କରାଯାଉଥିବା ସ୍ୱତନ୍ତ୍ର ରିଲିଫ କମିଶନର ଟ୍ୱିଟ୍ କରି ସୂଚନା ଦେଇଛନ୍ତି।