ଗଞ୍ଜାମ ବିଜେପି ମହିଳା ମୋର୍ଚ୍ଚା ତରଫରୁ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଙ୍କ ତତ୍ୱାବଧାନ ରେ Millet Month ତଥା ମାଣ୍ଡିଆ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ

Share on facebook Share on Twitter Share on Whatsapp Share on Linkedin

ସ୍ୱସ୍ତିକ ବ୍ୟୁରୋ : 30-7-2023ରିଖ ଅପରାହ୍ନ ୩ ଟା ରେ ୱାର୍ଡନଂ39,ଇଣ୍ଡଷ୍ଟ୍ରିଆଲ ଛକ ଶିବ ମନ୍ଦିର କଲ୍ୟାଣମଣ୍ଡପ ଠାରେ ଗଞ୍ଜାମ ବିଜେପି ମହିଳା ମୋର୍ଚ୍ଚା ତରଫରୁ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଅନୁଯା ନନ୍ଦ ବିଶ୍ୱାଳ ଙ୍କ ତତ୍ୱାବଧାନ ରେ Millet Month ତଥା ମାଣ୍ଡିଆ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା l ଏଥିରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ବିଜେପି ସଭାପତି ଶ୍ରୀ ବିଭୁତି ଭୂଷଣ ଜେନା, ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ବତୀ ଦେଵୀ, କର୍ପୋରେଟର ସାବିତ୍ରୀ ନାୟକ, କର୍ପୋରେଟର ବନିତା ସାହୁ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମାଣ୍ଡିଆ, ବାଜରା, ସୁଆଁ, ମକା, ଯଂହା, ଇତ୍ୟାଦି ରେ ତିଆରି ହେଇଥିବା ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ପରିବେଷଣ କରାଯାଇଥିଲା, ଯେମିତି ମାଣ୍ଡିଆ ଇଡ଼ିଲି, ମାଣ୍ଡିଆ ଲଡ଼ୁ, ମାଣ୍ଡିଆ ନୁଡୁଲୁ, ମାଣ୍ଡିଆ ପୁଡିଙ୍ଗ, ବାଜରା ଖେଚେଡ଼ି, ସୁଆଁ ଖିରି, ମାଣ୍ଡିଆ ପୋଡ଼ପୀଠା, ଓଟ ମିଳ୍କ ସେକ l ଆଜିକାଲି ପିଲାମାନେ ଫାଷ୍ଟ ଫୁଡ ଖାଇବା କୁ ରୁଚି ରଖୁଥିବା ବେଳେ ମାଣ୍ଡିଆ ରେ ତିଆରି ଫାଷ୍ଟ ଫୁଡ ତିଆରି କରିବାର ପ୍ରଣାଳୀ ମଧ୍ୟ ଶିଖାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ଗଞ୍ଜାମ ବିଜେପି ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବର୍ଷା ବିଦୁସ୍ମିତା ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଚିନ୍ମୟନନ୍ଦ ମହନ୍ତ ମହାରାଜ, ଜିଲ୍ଲା ଉପସଭାପତି dr ସୁବାଷ ସାହୁ, ବିସ୍ତାରକ ରାମନାୟକ, ଜିଲ୍ଲା ସାଧାରଣ ସଭାପତି ଗଙ୍ଗାଧର ଶତପଥୀ, ଯୁବମୋର୍ଚା ସଭାପତି ଶିବନାୟକ, ଗୋପାଳପୁର ପ୍ରଭାରୀ ବାଳକୃଷ୍ଣ ସାମନ୍ତରାୟ, ଯୁବମୋର୍ଚା କାର୍ଯ୍ୟକର୍ତା ବୀରେନ୍ଦ୍ର ମୋଲାନା, କରାପଲ୍ଲୀ ମଣ୍ଡଳ ସଭାନେତ୍ରୀ ମୋନିକା ପ୍ରହରାଜ, ଗୋଶାଣୀନୂଆଗାଁ ମଣ୍ଡଳ ସଭାନେତ୍ରୀ ଗୀତା ଦାସ, ସୁମିତ ପାତ୍ର ଏବଂ ଏସଚଜି ଗ୍ରୁପ ର ମହିଳା ମାନେ ଉପସ୍ଥିତ ଥିଲେ l