ଗାଈ ପେଟରେ ୩୦ କିଲୋ ଜରି ପୋଲିଥିନ, କୁମ୍ଭକର୍ଣ୍ଣ ନିଦ୍ରାରେ ବ୍ରହ୍ମପୁର ବିଇ.ଏମ.ସି

Share on facebook Share on Twitter Share on Whatsapp Share on Linkedin

ଭୀଷ୍ମଗିରି ( ନୃସିଂହ ରଞ୍ଜନ ବେହେରା ) ରାଜ୍ୟରେ ପଲିଥିନ୍ ବ୍ୟାଗ୍ ଓ ପ୍ଲାଷ୍ଟିକ ବ୍ୟବହାରକୁ ସରକାରଙ୍କ ପକ୍ଷରୁ ନିଷିଦ୍ଧ କରାଯାଇଛି। କିନ୍ତୁ ତାହା କେବଳ କାଗଜକଲମରେ ସୀମିତ ରହିଛି। କିଛିଦିନ ଧରପଗଡ ପରେ ସରକାରୀ କଳ ଶୋଇପଡ଼ିଛି। ଯେଉଁଥିପାଇଁ ଆଜି ଛୋଟରୁ ବଡବଡ ଦୋକାନରେ କିଣାକିଣି ବେଳେ ପଲିଥିନ ବ୍ୟବହାର ହେଉଛି। କେବଳ ଦୋକାନ ବଜାରରେ ନୁହଁ ଆବର୍ଜନା ଗଦାରେ କୁଢ କୁଢ ପଲିଥିନ ଜମା ହେଉଛି। ସହରକୁ ଆବର୍ଜନା ମୁକ୍ତ କରିବା ତଥା ସଠିକ ପରିଚାଳନା ପାଇଁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଆବର୍ଜନା ହଟୁନଥିବା ଦେଖିବାକୁ ମିଳୁଛି। ଆଉ ଯାହାର ଭୟଙ୍କର ପରିଣାମ ଭୋଗୁଛନ୍ତି ନିରୀହ ପଶୁ। ସୂଚନା ମୁତାବକ ଗତ ଦୁଇ ଦିନ ତଳେ ଏକ ଗାଈ ଗିରିରୋଡ ମୁଖ୍ୟ ରାସ୍ତାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ଲୋକେ ଜିଲ୍ଲା ମୂଖ୍ୟ ପଶୁ ଚିକିତ୍ସାଧିକାରୀ ଡାକ୍ତର ମନୋଜ କୁମାର ସାହୁଙ୍କୁ ଖବର ଦେଇଥିଲେ। ଫଳରେ ପଶୁ ଚିକିତ୍ସାଳୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଗାଈକୁ ଉଦ୍ଧାର କରି ପଶୁ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ତାର ପେଟରେ ଯନ୍ତ୍ରଣା ହେଉଥିବା ଚିକିତ୍ସାରୁ ଜାଣି ପ୍ରଥମେ ପେଟର ଏକ ଛୋଟ ଅସ୍ତ୍ରୋପଚାର କରିବା ପରେ ଗାଈଟି ସୁସ୍ଥ ଅନୁଭବ କରୁଥିବା ଡାକ୍ତର ସତ୍ୟ ନାରାୟଣ କର ଦେଖି ଆଜି ଅସ୍ତ୍ରୋପଚାର କରିଥିଲେ। ତେବେ ଆଶ୍ଚର୍ଯ୍ୟର କଥା ଅସ୍ତ୍ରୋପଚାର ପରେ ପେଟରୁ ପାଖାପାଖି ୩୦ କିଲୋ ଓଜନର ପଲିଥିନ ଜରିର ଗୁଳା ବାହାରିଥିଲା। ଯାହାକୁ ଦେଖି ପଶୁ ଚିକିତ୍ସାଳୟର କର୍ମଚାରୀ ହରି ଚନ୍ଦ୍ର ନାୟକ, ଦିଲ୍ଲୀପ ସୁର ସିଂ, ବିଜୁ ଲେଙ୍କା, ସାଇରାମ ରେଡ୍ଡୀଙ୍କ ସମେତ ଡାକ୍ତର ରମା ଗୌରୀ ଓ ଡାକ୍ତର ତନ୍ମୟୀ ପଟ୍ଟନାୟକ ତାଜୁବ୍ ହୋଇଯାଇଥିଲେ। ଡାକ୍ତର ସତ୍ୟନାରାୟଣ କରଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଚେଷ୍ଟା ଫଳରେ ଉକ୍ତ ଗାଈର ଅସ୍ତ୍ରୋପଚାର ସଫଳ ହୋଇପାରିଥିଲା। ଫଳରେ ଗାଈଟି ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି। ରାଜ୍ୟ ସରକାର ଏପରି ଦୁର୍ଘଟଣାକୁ ଏଡାଇବା ପାଇଁ ପୂର୍ବରୁ ପଲିଥିନ ନିଷିଦ୍ଧ ଘୋଷଣା କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ଦେଖିବାକୁ ମିଳୁନାହିଁ। ବ୍ୟାପକ ଭାବେ ଚାଲିଛି ପଲିଥିନ ଜରିର ବ୍ୟବହାର। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା ଗିରିରୋଡରୁ ଉଦ୍ଧାର ହୋଇଥିବା ଗାଈର ପେଟରୁ ଅସ୍ତ୍ରୋପଚାର ପରେ ବାହାରିବା କୁଢ କୁଢ ପଲଥିନ ବିଷ୍ଠା। ଏହି କାର୍ଯ୍ୟ କେବଳ ଡାକ୍ତରଙ୍କ ଯୋଗୁଁ ହିଁ ସମ୍ଭବପର ହୋଇପାରିଛି। ଡାକ୍ତରଙ୍କ ସମୟୋଚିତ ପଦକ୍ଷେପ ସ୍ୱାଗତ ଯୋଗ୍ୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।ଜଣାପଡିଛି। ରାଜ୍ୟ ସରକାର ଏପରି ଦୁର୍ଘଟଣାକୁ ଏଡାଇବା ପାଇଁ ପୂର୍ବରୁ ପଲିଥିନ ନିଷିଦ୍ଧ ଘୋଷଣା କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ଦେଖିବାକୁ ମିଳୁନାହିଁ। ବ୍ୟାପକ ଭାବେ ଚାଲିଛି ପଲିଥିନ ଜରିର ବ୍ୟବହାର। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା ଗିରିରୋଡରୁ ଉଦ୍ଧାର ହୋଇଥିବା ଗାଈର ପେଟରୁ ଅସ୍ତ୍ରୋପଚାର ପରେ ବାହାରିବା କୁଢ କୁଢ ପଲଥିନ ବିଷ୍ଠା। ଏହି କାର୍ଯ୍ୟ କେବଳ ଡାକ୍ତରଙ୍କ ଯୋଗୁଁ ହିଁ ସମ୍ଭବପର ହୋଇପାରିଛି। ଡାକ୍ତରଙ୍କ ସମୟୋଚିତ ପଦକ୍ଷେପ ସ୍ୱାଗତ ଯୋଗ୍ୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।