ପ୍ରଧାନମନ୍ତ୍ରୀ ସଡକ ରେ ମହାଦୁର୍ନୀତି ର ଗନ୍ଧ
କଳାହାଣ୍ଡି : ମୋହନ ସାଗର, କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ନାଗୁପଡା ବ୍ଲକ ର ବିଛିନ୍ନ ଗାଁ ଭାବେ ଦୀର୍ଘବର୍ଷ ରହିଆସିଥିଲା ବେଳେ ଗାଁ କୁ ଆସିଲା ପ୍ରଧାନମନ୍ତ୍ରୀ ସଡକ ଯୋଜନା ଗାଁ ଲୋକଙ୍କ ମନରେ ଖୁସିଖେଳି ଗଲା ହେଲେ କାମ ଆରମ୍ଭ ହେଉ ହେଉ ମନରେ ଆସିଲା ଦୁଃଖ।
ବାଲି ପରିବର୍ତ୍ତେ ମାଟି ବାଲି ଓ କ୍ରସର ଗୁଣ୍ଡ ଦେଇ ପୁଞ୍ଜିପତି ର ସପ୍ନ ରେ ମସ୍କିଲ ଠିକାଦାର ବାବୁ ଗାଁ ଲୋକ ବାରମ୍ବାର ଅଭିଯୋଗ କଲେ ହେଁ କର୍ଣ୍ଣପାତ କଲେ ନାହିଁ ଠିକାଦାର ମୋହନ କୁମାର ଅଗ୍ରୱାଲ ଶେଷରେ ଅଡ଼ିବସିଲେ ଗାଁ ଲୋକ ଭଲ ମାନ ର ବାଲି ଓ ଭଲ ପରିମାଣ ସହ ସିମେଣ୍ଟ ବ୍ୟବହାର ନ କଲେ କରେଇଦେବୁ ନୀ କାମ ହେଲେ ଠିକାଦାର ଗାଁ ଲୋକଙ୍କ କଥାକୁ ଫୁ କରିଦେଇ ଜୋର ଜବରଦସ୍ତ କାମ କରିବାକୁ ପ୍ରୟାସ କରୁଛନ୍ତି ହେଲେ କାହା ଛତ୍ରଛାୟା ତଳେ ରହି ଠିକାଦାର ବାବୁ ଜଣକ ଯୁଦ୍ଧକାଳୀନ ଭିତ୍ତିରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରି କାମ କରିବାକୁ ମନ ବୁଲାଉଛନ୍ତି ବିଭାଗୀୟ ବାବୁ ମାନଙ୍କ ସହ ଭିତିରିଆ ସମ୍ପର୍କରଖି ତୁମରି ଅଧେ ମୋର ଅଧେ ର ଚିନ୍ତା ରେ ନାହାଁନ୍ତି ତ? ତାହା ପୁଣି କାମ ଚାଲି ଦୀର୍ଘଦିନ ହେଲେ ହେଁ ବିଭାଗୀୟ ବାବୁ ମାନଙ୍କ ଦେଖା ନାହିଁ ।କାମ ଯେମିତି ହେଲେ ଚଳିବ ହେଲେ ବିଲକରିଦେଇ ନିଜ ପି: ସି ପାଇଲେ ହେଲା ।ବିଭାଗୀୟ ଅଧିକାରୀ ଓ ଠିକାଦାର ବିକାଶ ପରିବର୍ତ୍ତେ ବିନାଶ ଆଡ଼କୁ ଗତି କରୁଥିବା କୁ ନେଇ ଜିଲ୍ଲା ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବେ ନା ନାହିଁ ତାହାରି ଅପେକ୍ଷରେ ଗାଁ ବାସୀ ।