ହାଇଦ୍ରାବାଦରୁ ଫେରୁଥିବା ଶ୍ରମିକଙ୍କ ବସରେ ମୃତ
କଳାହାଣ୍ଡି : ମୋହନ କୁମାର ସାଗର, ହାଇଦ୍ରାବାଦରୁ ଫେରୁଥିବା ଶ୍ରମିକଙ୍କ ବସରେ ମୃତ୍ୟୁ। ବାଇକ ଯୋଗେ ଘରକୁ ନେଲେ କଳାହାଣ୍ଡିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବାଇକ ଯୋଗେ ଗାଁକୁ ଫେରୁଛି ଦାଦନ ଶ୍ରମିକଙ୍କ ମୃତଦେହ। ଜୟପାଟଣା ଥାନା ବାନେର ପଂଚାୟତ କାଦୋପଦର୍ ଗ୍ରାମର ଯୁବକ ଗିରିଧାରୀ ବାଗ ହାଇଦ୍ରାବାଦର ଏକ ଘୋରୋଇ କମ୍ପାନୀରେ ଡ୍ରାଇଭର ଭାବରେ କାମ କରୁଥିଲେ । ହେଲେ ହଠାତ୍ ଶରୀର ଅସୁସ୍ଥ ହେବାରୁ ଘରକୁ ଫେରିବା ସମୟରେ ବସରେ ତାଙ୍କର ମୃତ୍ୟୁ ଘଟିଛି। ଆମପାଣି ଘାଟି ନିକଟରେ ବସରୁ ମୃତଦେହକୁ ଓହ୍ଲାଇ ଦେବା ପରେ ବାଇକରେ ନେଉଥିବା ଚିତ୍ର ସାମ୍ନକୁ ଆସୁଛି।