ମନରେଗା ଯୋଜନାରେ କାମ କରି ମାସ ମାସ ଧରି ପାଉନାହାନ୍ତି ଶ୍ରମିକ ପଇସା l

Share on facebook Share on Twitter Share on Whatsapp Share on Linkedin

କଳାହାଣ୍ଡି, ମୋହନ ସାଗର : କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ବାସ କରୁଥିବା ଗରିବ ଲୋକ ମାନଙ୍କ ପାଇଁ ମନରେଗା ଯୋଜନାରେ କାମ ଯୋଗାଇ ଦେବାକୁ ବ୍ୟବସ୍ଥା କରିଛନ୍ତି , ଆଉ ସପ୍ତାହରେ ପାରିଶ୍ରମିକ ମୂଲ୍ୟ ଦେବାର ବ୍ୟବସ୍ଥା ମଧ୍ୟ କରିଛନ୍ତି, କିନ୍ତୁ ପରିତାପର ବିଷୟ ଗ୍ରାମାଞ୍ଚଳର ଶ୍ରମିକମାନେ ମନରେଗା ଯୋଜନାରେ କାମ କରି ମାସ ମାସ ଧରି ପାଉଣା ପାଇପାରୁ ନାହାନ୍ତି । ଏମିତି ଏକ ଜଳନ୍ତା ଘଟଣା ଦେଖିବାକୁ ମିଳିଛି , କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ବ୍ଲକ୍ ମହୁଲପାଟଣା ଗ୍ରାମ ପଞ୍ଚାୟତର ଉପର ଚୋବ୍ରି ଗ୍ରାମରେ , ଉପର ଚୋବ୍ରୀ ଗ୍ରାମର ନିରୀହ ଆଦିବାସୀ ଗରିବ ଶ୍ରେଣୀର ଲୋକମାନେ, ଜଳ ବିଭାଜିକା ପ୍ରକଳ୍ପ ତରଫରୁ ଉପର ଚବ୍ରି ଗ୍ରାମରେ ମନରେଗା ଯୋଜନାରେ ଦୁଇଟି ଚେକ୍ ଡ୍ୟାମ କାମ ନିର୍ମାଣ ପାଇଁ ସରକାର କୁଡ଼ିଏ ଲକ୍ଷ୍ୟ ଟଙ୍କା ଅର୍ଥ ଦେଇଛନ୍ତି , ଗ୍ରାମର ନିରୀହ ଆଦିବାସୀ ଗରିବ ଶ୍ରେଣୀର ଲୋକ ମାନଙ୍କ ଆସା ଥିଲା କୁଲି ମଞ୍ଜୁରୀ କରି ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିବୁ , ଗ୍ରାମର ନିରୀହ ଗୋରିବ ଶ୍ରେଣୀର ଲୋକ ମାନେ ଦୁଇଟି ଚେକ୍ ଡ୍ୟାମ ରେ କୁଲି ମଞ୍ଜୁରୀ କାମ କଲେ ଗାଁରେ ଚେକ୍ ଡ୍ୟାମ ନିର୍ମାଣ କାମ ଶେଷ ହେଲା, ଗାଁର ଗୋରୁ ଗାଈ ଛେଳି ମେଣ୍ଢା ଓ ବନ୍ୟ ପ୍ରାଣୀ ଜଳ ପାଇଲେ, ଓ ତଳ ଅଞ୍ଚଳର ଜମିରେ ଚାଷ ମଧ୍ୟ ହେଲା, କିନ୍ତୁ ଦୁଃଖର ବିଷୟ ଚେକ୍ ଡ୍ୟାମରେ କୁଲି ମଞ୍ଜୁରୀ କରିଥିବା ଶ୍ରମିକ ମାନେ ତାଙ୍କ ପାରିଶ୍ରାମିକ ପଇସା ପାଇପାରିଲେ ନାହିଁ । ଏହି ମନରେଗା ଯୋଜନାରେ କାମ କରିଥିବା ଶ୍ରମିକ ମାନେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଅଭିଯୋଗ କରିଛନ୍ତି , ଜଳ ବିଭାଜିକା ପ୍ରକଳ୍ପ ର ଜେଇ, ପିଆଇ, ଆସି କାମ ଦେଖି ଶୀଘ୍ର ଆମେ ତୁମ ଡିମାଣ୍ଟ କରିଦେବୁ ତୁମ ଆକାଉଣ୍ଟ ରେ ପଇସା ପଡ଼ିଯିବ ବୋଲି କହୁଛନ୍ତି, କିନ୍ତୁ ଆଜକୁ ପ୍ରାୟ ପାଞ୍ଚ ମାସ ହେବ ଶ୍ରମିକମାନେ ପଇସା ପାଇପରୁନାହାନ୍ତି , ଜଳ ବିଭଜିକା କାର୍ଯ୍ୟାଳୟର ଅଧିକାରୀ ମାନଙ୍କ ଖାମ୍ ଖିଆଲି ମନୋଭାବ ଯୋଗୁଁ ନିରୀହ ଗୋରୀବ ଶ୍ରେଣୀର ଶ୍ରମିକ ମାନଙ୍କ ତାଙ୍କ ପାରିଶ୍ରାମିକ ପଇସା ମିଲିପାରୁ ନାହିଁ l ଆମେ ଏଠି ଦେଖିବାକୁ ପାଉଛୁ ଜଳ ବିଭାଜିକା ପ୍ରକଳ୍ପର, ପିଡି, ପିଆଇ, କନିଷ୍ଠ ଯନ୍ତ୍ରୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଇନ୍ କୁ ଖୁଲମ ଖୁଲା ଉଲଘଂନ କରି ମନ ମୁଖି କାର୍ଯ୍ୟ କରୁଛନ୍ତି, ଏହି ବିଭାଗୀୟ ଅଧିକାରୀ ମାନଙ୍କ ପ୍ରତି ଊଛ ସ୍ତରୀୟ ତଦନ୍ତ କରି ଦୃଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି l ବର୍ତ୍ତମାନ ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ ପକ୍ଷରୁ କେବେ ତଦନ୍ତ କରି ନିରୀହ ଆଦିବାସୀ ଶ୍ରମିକ ମାନଙ୍କୁ ନିଜ ପାରିଶ୍ରାମିକ ପଇସା ପ୍ରଦାନ କରିବେ ନା ଏହି ଅଭିଯୋଗ କୁ ଚାପି ଦେଇ ଅଧିକାରୀ ବାବୁ ମାନଙ୍କୁ ଘଣ୍ଟ ଘୋଡାଇବେ ତାହା ସମୟ ହିଁ କହିବ l