ସାରଦା ହଟାଅ ସୁନ୍ଦରଗଡ଼ ବଞ୍ଚାଅ : ରବୀନ୍ଦ୍ର ପ୍ରଧାନ

Share on facebook Share on Twitter Share on Whatsapp Share on Linkedin

ସୁନ୍ଦରଗଡ଼, ରାଜଗାଙ୍ଗପୁର (ସୌମ୍ୟଜୀତ ସ୍ୱାଇଁ)- ସାରଦା ହଟାଅ ସୁନ୍ଦରଗଡ଼ ବଞ୍ଚାଅ ଏବେ ସୁନ୍ଦରଗଡ଼ ସମସ୍ତ ଯୁବକଙ୍କ ନାରା ହୋଇଛି ବୋଲି ବିଜୁ ଜନତା ଦଳର ଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ପଦରୁ ନିଲମ୍ବିତ ହୋଇଥିବା ରବୀନ୍ଦ୍ର ପ୍ରଧାନ କହିଛନ୍ତି। ରବୀନ୍ଦ୍ର ପ୍ରଧାନ ଙ୍କୁ ନିଜ ପଦବୀ ରୁ ଦଳ ବିରୋଧୀ କାର୍ଯ୍ୟ କରୁଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ମାନସ ମଙ୍ଗରାଜ ନିଲମ୍ବିତ କରିଛନ୍ତି। ଏନେଇ ଛାତ୍ର ନେତା ତଥା ଆଗ ଧାଡ଼ିର ନେତା ରବୀନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଓ ପ୍ରୀତି ରଞ୍ଜନ ଘଡାଇ ଙ୍କ ଉପରେ ବର୍ଷିବା ସହ ବହୁ ଗୁମର ଖୋଲିଛନ୍ତି। ମନ୍ତ୍ରୀ ସାରଦା ପ୍ରସାଦ ନାୟକ ରାଜଗାଙ୍ଗପୁର ରେ ଏକାଧିକ ସଙ୍ଘଠନ କରି ବିଜୁ ଜନତା ଦଳ କୁ ଦୁର୍ବଳ କରୁଛନ୍ତି। ଆଦିବାସୀ ନେତା ମଙ୍ଗଳା କିଷାନ ଙ୍କୁ ନିଜ ନିର୍ବାଚନ ମଣ୍ଡଳୀ ମନ୍ତ୍ରୀ ସାରଦା ନାୟକ ଓ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ ବିରୋଧ କରୁଛନ୍ତି ଯାହା ଫଳରେ ରାଜଗାଙ୍ଗପୁର ରେ ବିଜୁ ଜନତା ଦଳ ପରାଜୟ ର ସ୍ୱାଦ ଚାଖିଛି। ନିକଟରେ ସାରଦା ପ୍ରସାଦ ନାୟକଙ୍କ ଜନ୍ମ ଦିବସ କୁ ରାଜଗାଙ୍ଗପୁର ରେ ବହୁ ଧୁମ ଧାମ ରେ ପାଳନ କରାଯାଇଥିଲା। ଏଥିରେ ସହରରେ ସାରଦା ସେନା ନାମକ ଏକ ନୂତନ ସଙ୍ଘଠନ ଗଢିଉଠିଛି। ଯାହାକୁ ବିରୋଧ କରିବାରୁ ତାଙ୍କୁ ଦଳ ରୁ ନିଲମ୍ବିତ କରାଯାଇଛି ବୋଲି ନିଜ ପ୍ରତିକ୍ରିୟାରେ ରଖିଛନ୍ତି। ଗତ ନିର୍ବାଚନରେ ସୁନ୍ଦରଗଡ଼ ଜିଲ୍ଲାରେ ବିଜେଡି ର ପରାଜୟ ମଧ୍ୟ ସାରଦା ନାୟକ ଙ୍କ ପାଇଁ ହୋଇଛି। ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ରେ ମଙ୍ଗଳା କିଷାନ ଙ୍କୁ ପରାଜୟ କରିବା ପାଇଁ ସାରଦା ପ୍ରସାଦ ନାୟକ ହଁ ଦାୟୀ। ତେଣୁ ଜିଲ୍ଲାର ଯୁବ ପିଢ଼ି ସାରଦା ହଟାଅ ସୁନ୍ଦରଗଡ଼ ବଞ୍ଚାଅ ବୋଲି ନାରା ଦେଉଛନ୍ତି। ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡାଇ ହାତ ମିଳାଇ ନିଜର ବ୍ୟବସାୟ କରିବାରେ ବ୍ୟସ୍ତ ରହିବା ସହ ଆଦିବାସୀ।ମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାତ୍ର ୭୦୦ ଟଙ୍କା ର କୁର୍ତ୍ତା ପିନ୍ଧୁଥିବା ବେଳେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ୧୦୦୦୦ ଟଙ୍କା ର କପଡା ର ସାର୍ଟ ପିନ୍ଧୁଛନ୍ତି। ମନ୍ତ୍ରୀ ଘଡାଇ ସୁନ୍ଦରଗଡ଼ ଜିଲ୍ଲା କୁ ଆସିଛନ୍ତି କେବଳ ନିଜର ଖଣି ବ୍ୟବସାୟ କରିବା ପାଇଁ ବୋଲି ନିଲମ୍ବିତ ହୋଇଥିବା ନେତା ରବୀନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଜିଲ୍ଲା ରାଜନୀତି ସରଗରମ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ରେ ଦଳକୁ ସୁଦୃଢ କରିବା ପାଇଁ ଲାଗିଥିବା ବେଳେ ଏହି ଦୁଇ ମନ୍ତ୍ରୀ ବିଭିନ୍ନ ସଙ୍ଘଠନ କରି ଦଳକୁ ଅସୁବିଧା ରେ ପକାଉଛନ୍ତି ଓ ଆଗକୁ ଦୁଇ ମନ୍ତ୍ରୀ ଙ୍କ ବିଭିନ୍ନ ବେଆଇନ କାର୍ଯ୍ୟ ର ପର୍ଦାଫାଶ କରିବେ ବୋଲି ରବୀନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି। ମନ୍ତ୍ରୀ ଙ୍କ ସ୍ୱାଗତ କାର୍ଯ୍ୟକ୍ରମ ରେ ମଙ୍ଗଳା କିଷାନ ଭସ୍ମାସୁର ବୋଲି କହିଥିଲେ ଏହି ଶବ୍ଦ ଟି ସାରଦା ନାୟକ ଙ୍କୁ କୁହାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ରବୀନ୍ଦ୍ର ପ୍ରଧାନ କହିଛନ୍ତି।