ଘାଟିରେ ଓଲଟିଲା ମିନି ବସ୍,30 ଯାତ୍ରୀ ଆହାତ

Share on facebook Share on Twitter Share on Whatsapp Share on Linkedin

ମୋହନା (ଅଂଶୁମାନ ପଣ୍ଡା ) ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବାମୁଣମଲା ଘାଟିରେ ଏକ ମିନି ବସ୍ ଓଲଟି ପ୍ରାୟ 30 ଜଣ ଯାତ୍ରୀ ଆହତ ହୋଇଛନ୍ତି । ଜଗତଜନନୀ ନାମକ ଏକ ଘରୋଇ ମିନି ବସ୍ ଲଦିଗୁଡାରୁ ଅଞ୍ଚଳ ରୁ 32ଯାତ୍ରୀ ମାନଙ୍କୁ ନେଇ ମୋହନା ଅଭିମୁଖେ ଯାଉଥିବା ବେଳେ ଘାଟି ଗଡିବା ସମୟରେ ବ୍ରେକ୍ ଫେଲ୍ ହୋଇଯିବାରୁ ରାସ୍ତା କଡରେ ଓଲଟି ପଡିଛି । ସ୍ଥାନୀୟ ଲୋକ ଓ ସରପଞ୍ଚ ଙ୍କ ସହାୟତାରେ ଆହାତ ଯାତ୍ରୀ ମାନଙ୍କୁ ଉଦ୍ଧାର କରାଯାଇ ବିରିକୋଟି ମେଡିକାଲ ରେ ପ୍ରାଥମିକ ଚିକିତ୍ସା ରେ ସରପଞ୍ଚ ରେଜିନା ପ୍ରଧାନ ନିଜେ ରୋଗୀ ଙ୍କୁ ଚିକିତ୍ସା କରିଥିଲେ ପରେ ମୋହନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ, ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ଆହାତ ବ୍ୟକ୍ତିଙ୍କ ମଧ୍ୟରେ 3 ଜଣ ଗର୍ଭବତୀ ମହିଳା ରହିଛନ୍ତି ଶିଶୁ ରହିଛନ୍ତି 4। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।