ଅଙ୍ଗନବାଡ଼ିରେ ପଶିଲେ, ଶିଶୁକୁ ଓଲଟାଇ ପିଟିଲେ
ଆନନ୍ଦପୁର( ଉପେନ୍ଦ୍ର କୁମାର ସାହୁ )ହାଟଡ଼ିହି (ଦେବବ୍ରତ ବେହେରା) କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଶିବନାରାୟଣ ଗ୍ରାମର ଅଙ୍ଗନବାଡିରେ ସାମାନ୍ୟ ୨ ଟି ଶିଶୁଙ୍କ ମଧ୍ୟରେ ଝଗଡା ହେବାରୁ ଜଣେ ଶିଶୁଙ୍କ ଅଭିଭାବକ ଜବରଦସ୍ତ ଅଙ୍ଗନବାଡି ଭିତରରେ ପଶିଆସି ଅନ୍ୟ ଶିଶୁଜଣଙ୍କ ଗୋଡକୁ ଧରି ଓଲଟା ଟେକି ନିସ୍ତୁକ ମାଡ ମାରିଥିବା ଜଣାପଡିଛି । ଏହାକୁ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନାପ୍ରକାଶ ପାଇଛି ।ଏଥିପାଇ ଆନନ୍ଦପୁର ବିଧାୟକ ଶ୍ରୀଯୁକ୍ତ ଭାଗିରଥି ସେଠୀ ଅଙ୍ଗନବାଡି କେନ୍ଦ୍ରରେ ପହଁଚି ବୁଝାସୁଝା କରିଛନ୍ତି , ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିବନାରାୟଣପୁର ଗାଁର ୧ନଂ ଅଙ୍ଗନବାଡି କେନ୍ଦ୍ରରେ । ସୂଚନା ମୁତାବକ ଗତ ୨ତାରିଖରେ ଅଙ୍ଗନବାଡି କେନ୍ଦ୍ରରେ ୨ଜଣ ଶିଶୁଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ଜଣେ ଶିଶୁ ଘରକୁ ଯାଇ ତାଙ୍କ ବାପାଙ୍କୁ ଡାକି ଆଣିଥିଲା । ଏହାପରେ ଅଭିଭାବକ ସନାତନ ଘଡେଇ ଜୋରଜବରଦସ୍ତ ଅଙ୍ଗନବାଡି କେନ୍ଦ୍ର ଭିତରେ ପଶି ଶିଶୁଟିକୁ ଓଲଟା କରି ନିସ୍ତୁକ ମାଡ ମାରିଥିଲେ । ନିରୀହ ଶିଶୁଟିର ଗୋଡ ୨ଟିକୁ ଉପରକୁ କରି ଚାପୁଡା ପରେ ଚାପୁଡା ମାରିଥିଲେ । ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ଆଜି ଗାଁରେ ଉତ୍ତେଜନା ପ୍ରକାଶ ପାଇଛି ।