କୁକୁଡ଼ାଖଣ୍ଡୀ ବ୍ଲକରେ ୫ମ ସମିତି ବୈଠକ ଅନୁଷ୍ଠିତ

Share on facebook Share on Twitter Share on Whatsapp Share on Linkedin

କୁକୁଡାଖଣ୍ଡି :(ମନୋଜ ପାତ୍ର )କୁକୁଡାଖଣ୍ଡି ବ୍ଲକର ପଞ୍ଚମ ପଞ୍ଚାୟତ ସମିତି ବୈଠକ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ନୂତନ ସମିତି ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି lପ୍ରଥମ ଥର ପାଇଁ ସିତତାପ ନିୟନ୍ତ୍ରକ ନୂତନ କକ୍ଷ ଗୃହରେ ଏହି ବୈଠକ ଅନୁଷ୍ଠିତ ହୋଇଥିବାରୁ ସମସ୍ତ ପଞ୍ଚାୟତ ପ୍ରତିନିଧି ଆନନ୍ଦ ପ୍ରକାଶ କରିଥିଲେ l ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ଅଧକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି lଏହି ଅବସରରେ କୁକୁଡ଼ାଖଣ୍ଡୀ ବ୍ଲକ ବିଡିଓ ଗଦାଧର ପାତ୍ର, ତହସିଲଦାର ସୁବାଷ ଚନ୍ଦ୍ର ରଇତ,ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ,ଏଇ ସୁଜିତ କୁମାର ତହଲ ,ସିଡିପିଓ ସଙ୍ଗୀତl ପାତ୍ର, ବିଇଓ ଏସ.ଗିରିଧାରୀ ପ୍ରମୁଖ ମଞ୍ଚାସିନ ଥିଲେ l ଅନୁଷ୍ଠିତ ବୈଠକରେ ବିଭିନ୍ନ ମୌଳିକ ସୁବିଧା ଲୋକଙ୍କ ପାଖରେ ପହଞ୍ଚୁନଥିବା ନେଇ କିଛି ପଞ୍ଚାୟତ ପ୍ରତିନିଧି ଅଭିଯୋଗ କରିଥିଲେ l ସେହିପରି କୃଷକ ମାନଙ୍କ ଫସଲରେ ଗୁଣ୍ଡି ପୋକ ହେଉଥିବାରୁ ଫସଲ ନଷ୍ଟ ହେବା ସହ ଚିନ୍ତାରେ ପଡିଛନ୍ତି କୃଷକମାନେ lସେଥିପାଇଁ ଏହି ସମସ୍ୟା ଶୀଘ୍ର ସମାଧାନ ପାଇଁ ଜନ ପ୍ରତିନିଧି ମାନେ କୃଷି ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ lଓଡ଼ିଶା ସର୍ବଶିକ୍ଷା ଅଭିଯାନରେ କୁକୁଡ଼ାଖଣ୍ଡି ବ୍ଲକ ବର୍ତମାନ ୫ ସ୍ଥାନ ଅଳଙ୍କୃତ କରିଥିବା ଯୋଗୁଁ ବ୍ଳକ ଗୋଷ୍ଟି ଶିକ୍ଷା ଅଧିକାରୀ ଙ୍କୁ ସମସ୍ତ ପଞ୍ଚାୟତ ପ୍ରତିନିଧି ଶୁବେଛl ଜଣାଇଥିଲେ lସେହିପରି ଅନ୍ୟ ସମସ୍ୟା ସମ୍ପର୍କରେ ମଧ୍ୟ ଜନ ପ୍ରତିନିଧି ମାନେ ନିଜ ପଞ୍ଚାୟତ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ lଏହି ବୈଠକରେ ବିଧାୟକ ପ୍ରତିନିଧି ସନ୍ତୋଷ ଚୋୖଧୁରୀ,ବ୍ରହ୍ମପୁର ସାଂସଦ ପ୍ରତିନିଧି ଟି. ରଘୁ ପ୍ରସାଦ ପାତ୍ର, ଗୋପଲପୁର ବିଧାୟକ ପ୍ରତିନିଧି ଦିଲ୍ଳୀପ ପାତ୍ର,ଜିଲ୍ଲାପରିଷଦ ସଭ୍ୟ ବୃନ୍ଦାବନ ଖଟେଇ,ସରପଞ୍ଚ ବିଷ୍ଣୁପ୍ରିୟl ପାତ୍ର, ମିନତୀ ବେହେରାଙ୍କ ସମେତ ଯୋଗାଣ ଅଧିକାରୀ ଜି. ପ୍ରଶାନ୍ତ ରାଓ,ଜେଇ ମନୋରଞ୍ଜନ ପାଣିଗ୍ରାହୀ, ପଦ୍ମିନୀ ବେହେରା,ଏପିଓ ନନ୍ଦିନୀ ଦାସଙ୍କ ସମେତ ସମସ୍ତ ପଞ୍ଚାୟତ ପ୍ରତିନିଧି ଉପସ୍ଥିତ ଥିଲେ l ପରିଶେଷରେ ଡବ୍ଲୁଇଓ ଧନ୍ୟବାଦ ଅର୍ପଣ କରିଥିଲେ l (