ଦାଆ ଇଲା ବାଣ୍ଟି ଚର୍ଚ୍ଚାରେ ଡାବୁଗାଁ ବିଧାୟକ

Share on facebook Share on Twitter Share on Whatsapp Share on Linkedin

ଡାବୁଗାଁ (ପ୍ରିୟଦର୍ଶନୀ ପାତ୍ର )ଡାବୁଗାଁ ବିଧାୟକ ମନହର ରନ୍ଧାରୀ ଡାଵୁଗାଁ ନିର୍ବାଚନ ମଣ୍ଡଳୀ ର ପ୍ରତେକ ଗାଁ କୁ ଗାଁ ପରିଦର୍ଶନ କରି ଲୋକଙ୍କ ଦୁଃଖ ରେ ସୁଖ ରେ ସହଭାଗୀ ହେଵା ସହିତ ଗାଁ ଗାଁ ରେ ଗୋଣେଶ ପୁଜା ଵିଶର୍ଜନ ସମୟରେ ଅନେକ ଗାଁ ରେ ଯୋଗଦେଇ ଲୋକଙ୍କ ସହ ବାଦ୍ୟଯନ୍ତ୍ର ର ତାଳେ ତାଳେ ଢେମସା ନାଚ ସିଖାଉଥିଲେ। ବର୍ଷାଦିନେ ଚାଷିମାନଙ୍କୁ ଧାନ ରୁଆ ସମୟରେ ଗରମ ଖିର ଚାହା ବିସ୍କୁଟ ବରା ଗାରି ଏବଂ ରେଇନକୋଟ୍ ଵାଣ୍ଟିଥିବା ଦେଖିବାକୁ ମିଳିଥିଲା।ଓ କିଛି ଦିନ ତଳେ ଏକ ଗାଁ ପରିଦର୍ଶନ ସମୟରେ ଶ୍ରୀ ବିଧାୟକଙ୍କ ଗାଡ଼ି କାଦୁଅ ରାସ୍ତାରେ ଯାଇ ପାରିନଥିବାରୁ ନିଜେ ବିଧାୟକ କୋଦାଳ ଧରି ରାସ୍ତା ସମତୁଲ କରିଥିଲେ। ଏବଂ ବିଦ୍ୟାଳୟ ରେ ପିଲାମାନଙ୍କ ପାଠ କିଭଳି ପଢାଯାଉଛି ତାହା ତଦାରଖ କରୁଛନ୍ତି।ଆଜି ଵଡୋଅଲମା ଠାରେ ମାତାପିତା ଓ ଅବିଭାବକ ଶିକ୍ଷକ ବୈଠକ ରେ ଯୋଗଦାନ ଦେଵା ସହ ଡାବୁଗାଁ ଆସୁଥିବା ସମୟରେ କିଛି ଧାନ କାଟୁଥିବା କିଛି ଯୁବକ ଓ ମହିଳା ମାଁ ମାନଙ୍କୁ ଦାଆ ବା ଇଲା ବାଣ୍ଟିଥିଲେ। ଶ୍ରୀ ବିଧାୟକଙ୍କ ଏଭଳି କାର୍ଯ୍ୟକୁ ଲୋକେ ପ୍ରଶଂସା କରୁଛନ୍ତି