ସାଂସଦ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ଉପଜିଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

Share on facebook Share on Twitter Share on Whatsapp Share on Linkedin

କେନ୍ଦ୍ରାପଡ଼ା (କରୁଣାକର କର) କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ଘଟଣାର ପ୍ରତିବାଦ କରିଛନ୍ତି ଗଣମାଧ୍ୟମ ର ପ୍ରତିନିଧି | ମଙ୍ଗଳବାର ସନ୍ଧ୍ୟାରେ ଜିଲାପାଳ ଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସରକାରୀ କାର୍ଯ୍ୟକ୍ରମର କଭରେଜ ପାଇଁ କେନ୍ଦ୍ରାପଡ଼ା ରେ କାର୍ଯ୍ୟରତ Otv ର ସାମ୍ବାଦିକ ମନୋଜ ସ୍ୱାଇଁ ଯାଇଥିଲେ | କାର୍ଯ୍ୟକ୍ରମ ଶେଷ ହେବା ପରେ ଏଠାରେ ଉପସ୍ଥିତ ଥିବା ମନୋଜ ସ୍ଵାଇଁ ଙ୍କ ସମେତ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ସାଂସଦ ଅନୁଭବ ମହାନ୍ତି ଙ୍କ ପ୍ରତିକ୍ରିୟା ନେବା ପାଇଁ ଚାହିଁଥିଲେ | ତେବେ ମନୋଜ ସ୍ଵାଇଁ ଙ୍କ ହାତରେ Otv ର ବୁମ୍ ଦେଖି ହଠାତ୍ ଉତକ୍ଷୀପ୍ତ ହୋଇ ପଡିଥିଲେ ସାସଂଦ ଅନୁଭବ ମହାନ୍ତି | ସମ୍ପୃକ୍ତ ଚ୍ୟାନେଲ କୁ ପ୍ରତିକ୍ରିୟା ଦେବେନି ବୋଲି ମନା କରିବା ସହିତ ବିଭିନ୍ନ ପ୍ରକାର ତାତ୍ସଲ୍ୟ କରିଥିଲେ | କେବଳ ସେତିକି ନୁହେଁ ମନୋଜ ଙ୍କ ହାତକୁ ଭିଡି ନେଇ କର୍ମୀଙ୍କୁ ତାଳି ମାରିବା କୁ କହି ସମସ୍ତେ ହସି ଉଠିଥିଲେ |ତେବେ ସାଂସଦ ମନୋଜ ଙ୍କୁ ଥଟା ରେ ଭଲ ସାମ୍ବାଦିକ କହି ତାଳି ମାରିବା ଘଟଣାରେ ସେ ଗଭୀର ଭାବେ ମର୍ମାହତ ଏବଂ ଏଥିରେ ତାଙ୍କର ମାନସମ୍ମାନ ହାନି ହେବାର ସେ ଅଭିଯୋଗ କରିଛନ୍ତି | କେବଳ ସେତିକି ନୂହେଁ ତମ ମାଲିକ ମିଛ ଖବର ପ୍ରସାରଣ କରୁଛନ୍ତି ବୋଲି ମଧ୍ଯ ଉଚ୍ଚ ସ୍ଵରରେ କହିଥିଲେ ସେ |ତେବେ ମନୋଜ ସ୍ଵାଇଁ ଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଆଜି କେନ୍ଦ୍ରାପଡା ର ସତାଧିକ ସାମ୍ବାଦିକ ଘଟଣାର ପ୍ରତିବାଦରେ ଏକ ଶୋଭାଯାତ୍ରା ରେ ଜିଲାପାଳ ଙ୍କ କାର୍ଯ୍ୟାଳୟରେ ପହଂଚି ଥିଲେ | ସାଂସଦ ଅନୁଭବ ମହାନ୍ତି ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ସମ୍ବାଦିକ ମାନେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଷ୍ୟରେ ଉପଜିଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ |