ବୁଲ୍‌ବୁଲ୍‌’ ପ୍ରଭାବରେ ଓଡ଼ିଶାରେ ବର୍ଷା

Share on facebook Share on Twitter Share on Whatsapp Share on Linkedin

ଭୁବନେଶ୍ୱର(ସ୍ୱସ୍ତିକ ବ୍ୟୁର ): ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଆଜିଠୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି। ପାରାଦୀପଠାରୁ ଏବେ ଏହା ପ୍ରାୟ ୪୫୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି। ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଏହା ଗତି କରୁଛି। ‘ବୁଲ୍‌ବୁଲ୍‌’ ପ୍ରଭାବରେ ପାରାଦୀପରେ ଆଜି ସକାଳୁ ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି। ବର୍ଷା ସହ ପବନ ମଧ୍ୟ ବହୁଛି। ସତର୍କତା ସ୍ୱରୂପ ପାରାଦୀପ ବନ୍ଦରରେ ୨ନମ୍ବର ବିପଦ ସଙ୍କେତ ଦିଆଯାଇଛି। ଆଗକୁ ବର୍ଷା ବଢ଼ିବାର ସମ୍ଭାବନା ଥିବାରୁ ପାରାଦୀପ ମାଛଧରା ବନ୍ଦର ସହ ଅଠରବାଙ୍କି, ନେହରୁ ବଙ୍ଗଳା, ନୂଆ ବଜାର ଓ ଷଣ୍ଢକୁଦ ବସ୍ତି ଲୋକଙ୍କୁ ସତର୍କ କରି ଦିଆଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ଡାକବାଜି ଯନ୍ତ୍ର ଯୋଗେ ଆଲର୍ଟ କରାଯାଇଛି। ଆହୁରି ପଢ଼ନ୍ତୁ ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ ଆଜିଠୁ ଦୁଇ ଦିନ ସ୍କୁଲ ଛୁଟି ଆସନ୍ତା ୧୨ ଘଣ୍ଟା ମଧ୍ୟରେ ‘ବୁଲ୍‌ବୁଲ୍‌’ ଉତ୍ତର ଉତ୍ତରପୂର୍ବ ଦିଗକୁ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୧୦ ତାରିଖରେ ‘ବୁଲ୍‌ବୁଲ୍‌’ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ଅନୁମାନ କରଯାଉଛି। ଯଦିଓ ‘ବୁଲ୍‌ବୁଲ୍‌’ ଓଡ଼ିଶାରେ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ନାହିଁ, ହେଲେ ଏହା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ପାଇଁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।