ଲାଞ୍ଜିଆ ପଞ୍ଚାୟତରେ କେନ୍ଦ୍ରୀୟ ଟିମ୍ l

Share on facebook Share on Twitter Share on Whatsapp Share on Linkedin

କୁକୁଡ଼ାଖଣ୍ଡି (ମନୋଜ ପାତ୍ର):କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗର ଏକ ପ୍ରତିନିଧି ଦଳ କୁକୁଡ଼ାଖଣ୍ଡି ବ୍ଲକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ lଗ୍ରାମାଞ୍ଚଳର ଅଧିବାସୀ ମାନଙ୍କ ନିମନ୍ତେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଯୋଜନା ଲୋକଙ୍କ ନିକଟରେ ପହଞ୍ଚି ପାରୁଛି କି ନାହିଁ ତାହା ନେଇ ଗ୍ରାଉଣ୍ଡ ଜିରୋରୁ ତଥ୍ୟ ସଂଗ୍ରହ କରିଛି ଏହି କମିଟି ଟିମ lଏହି ପରିପେକ୍ଷୀରେ କମିଟି ସଦସ୍ୟ ମାନେ କୁକୁଡ଼ାଖଣ୍ଡି ବ୍ଲକର ଲାଞ୍ଜିଆ ଗ୍ରାମପଂଚାୟତକୁ ଗୁରୁବାର ଦିନ ଦୁଇ ଘଣ୍ଟା ସମୟରେ ଆସି ପହଞ୍ଚୀବା ସହ ପ୍ରଥମେ ନୂତନ ଭାବେ ନିର୍ମାଣ ହୋଇଥିବା ମୋଡେଲ ପଞ୍ଚାୟତ କାର୍ଯ୍ୟାଳୟକୁ ବୁଲି ଦେଖିଥିଲେ l ପରେ ବିଭିନ୍ନ ଯୋଜନା ସମ୍ପର୍କରେ ଉପସ୍ଥିତ ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ l ଏହି ସମୟରେ ପଞ୍ଚାୟତ କାର୍ଯ୍ୟାଳୟର ସେବେନ୍ତ ରେଜିଷ୍ଟର ତନଖିଥିଲେ lଏବଂ ସରକାରୀ ଯୋଜନା ସରଳ ଭାବରେ କିଭଳି ସାଧାରଣ ଲୋକମାନେ ଆବେଦନ କରି ପାରିବେ ସେଥି ନିମନ୍ତେ ଲୋକଙ୍କୁ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ l ହିତାଧିକାରୀ ମାନେ ବ୍ୟାଙ୍କ ସେବାର କିଭଳି ସୁବିଧା ଉଠାଇ ପାରିବେ ସେ ନେଇ ବୁଝାଇଥିଲେ lବିଭିନ୍ନ ଯୋଜନା ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଉଥିବା ସରକାରି ଟଙ୍କା ପାଇପାରୁଛନ୍ତି କି ନାହିଁ ତାହା ହିତାଧିକାରୀଙ୍କୁ ପଚାରି ବୁଝିଥିଲେ lପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ବୈଠକରେ କମିଟି ସଦସ୍ୟ ମାନେ ଲୋକମାନଙ୍କୁ ବୁଝାଇ ଥିଲେ lକିନ୍ତୁ ପ୍ରତି ମାସରେ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା କିଛି ହିତାଧିକାରୀ ବ୍ୟାଙ୍କ ଆକାଉଣ୍ଟକୁ ଭତା ଟଙ୍କା ନପଠେଇ ପୂର୍ବ ଭଳି ପଞ୍ଚାୟତ କାର୍ଯ୍ୟାଳୟରେ ଦିଆଯାଉ ବୋଲି ଅନୁରୋଧ କରିଥିଲେ lଏହି କେନ୍ଦ୍ରୀୟ ଟିମ ଦେଶର ଉତ୍ତରପ୍ରଦେଶ,ମଧ୍ୟପ୍ରଦେଶ,ହିମାଚଳପ୍ରଦେଶ,ମଣିପୁର,ମେଘାଳୟ,କେରଳ,ରାଜସ୍ଥାନ ଏବଂ ଓଡିଶା ଭଳି ରାଜ୍ୟ ଯୋଜନା ସମ୍ପର୍କରେ ଜାରି ରହିଥିବା ବିଭାଗୀୟ କାର୍ଯ୍ୟ ସମ୍ପର୍କରେ ରିପୋର୍ଟ ସଂଗ୍ରହ କରିଥିଲେ lଏଥିରେ ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେଶକ ଡ଼ଃ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ,ବିଡ଼ିଓ ଗଦାଧର ପାତ୍ର,ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଏଇ ସୁଜିତ କୁମାର ତହଲ,ଏପିଓ ନନ୍ଦିନୀ ଦାସ, ସନ୍ତୋଷ ଚୋୖଧୁରୀ,ଯୋଗାଣ ଅଧିକାରୀ ଜି. ପ୍ରଶାନ୍ତ ରାଓ, ଜେଇ କୈଳାଶ ପାତ୍ର,ସରପଞ୍ଚ ଉଷା ଦାସ,ପିଓ ଅଶୋକ ପଟ୍ଟନାୟକ,ଜିଆରଏସ ଗୋପାଳ ସାହୁଙ୍କ ସମେତ ବହୁ ସରକାରୀ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ l