ମଶାଣିରୁ ଶବ ଉଠି ପୋଲସରା ମେଡ଼ିକାଲରେ , ଡାକ୍ତର କହିଲେ ମୃତ୍ୟୁ
ପୋଲସରା -( ମନୋଜ କୁମାର ଘଡେଇ ) ମଶାଣିରୁ ଶବ ଉଠି ପୋଲସରା ମେଡ଼ିକାଲରେ । ଏଭଳି ଏକ କୈତୁହଳ ଘଟଣା ଘଟିଛି ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାଫଡା ପଞ୍ଚାୟତର କଣିଆପଲ୍ଲୀ ଗ୍ରାମରେ । କଣିଆପଲ୍ଲୀ ଗ୍ରାମର ଅବିବାହିତ ମହିଳା ଦୁଃଖି ବେହେରା କୈଣସି ଏକ କାରଣରୁ ମୃତ୍ୟୁବରଣ କରିଥିଲେ । ଯାହାକୁ ନେଇ ମୃତ ମହିଳାଙ୍କ ସଂପର୍କିୟ ଭାଇ ମାଧବ ବେହେରା ଏବଂ ତାଙ୍କ ସପରିବାର ମୃତ ମହିଳାର ଶବକୁ ନେଇ ନିଜ ଗାଁ ମଶାଣି କୁ ଯାଇଥିଲେ ପୋଡିବା ପାଇଁ । ହେଲେ ଗାଁ ମଶାଣି ଯୁଇରେ ପୋଡ଼ା ହେବା ଆଗରୁ ହଠାତ୍ ମୃତ ମହିଳା ଜଣଙ୍କ ହାତ ଗୋଡ଼ ହଲାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଆଉ ଚକିତ କରିଦେଇଥି । ଯାହାକୁ ନେଇ ମୃତ ମହିଳା ଜଣକ ବଞ୍ଚି ଥିବା ଜାଣି ପରିବାର ଲୋକେ କାଳ ବିଳମ୍ବ ନକରି ୧୦୮ ଆମ୍ବୁଲାନ୍ସ ଯୋଗେ ପୋଲସରା ମେଡ଼ିକାଲ କୁ ଆଣି ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ହେଲେ ଡାକ୍ତର ଉକ୍ତ ମହିଳା କୁ ଦେଖି ମୃତ ଘୋଷଣା କରିଥିଲେ । ଯାହାକୁ ନେଇ ପୋଲସରା ଅଞ୍ଚଳରେ ଏକ କୈତୁହଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ପୋଲସରା ଅଞ୍ଚଳରେ ଏକ ଚର୍ଚ୍ଚା ର ବିଷୟ ପାଲଟିଛି ।