ବାଇକ୍ ଦୁର୍ଘଟଣାରେ ୨ ମୃତ ୧ ଗୁରୁତର | ମୃତକଙ୍କ ମଧ୍ଯରେ ଜଣେ ଶିକ୍ଷକ |
ଆନନ୍ଦପୁର :.(ଉପେନ୍ଦ୍ର ସାହୁ )ଘସିପୁରା ଥାନା ରାଧୀକାଦେଇପୁର ନିକଟରେ ୨ ବାଇକ୍ ମଧ୍ଯରେ ମୁହାଁ ମୁହିଁ ଧକ୍କାହୋଇ ୨ ଜଣଙ୍କର ମୃତ୍ଯୁ ଘଟିଛି | ୨ ମୃତକ ହେଲେ ଖାଲପାଳ ଅନନ୍ତକିଶୋର ନୋଡାଲ ହାଇସ୍କୁଲ ର ଶିକ୍ଷକ ସଦାଶିବ ବାରିକ ଓ ହରିଚନ୍ଦନପୁର ର ଜଟ ମୁଣ୍ଡା | ଅନ୍ୟଜଣେ ଗୁରୁତର ରାଧିକାଦେଇପୁର ଗାଁ ର ଶୁକୁରା ମୁଣ୍ଡା | ଆଜି ସନ୍ଧ୍ଯାରେ ଶୁକୁରା ଓ ଜଟ ଏକ ବାଇକ୍ ରେ ବାଲିପାଳ ରୁ ଖାଲପାଳ ରାସ୍ତାଦେଇ ଯାଉଥିବା ସମୟରେ ବିପରୀତ ଦିଗରୁ ଅନ୍ଯଏକ ବାଇକ୍ ରେ ଆସୁଥିବା ସଦାଶିବ ବାରିକ୍ ଙ୍କ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା | ସ୍ଥାନୀୟ ଲୋକେ ୩ ଗୁରୁତର ଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ରେ ପହଁଞ୍ଚାଇଥିଲେ | ହେଲେ ସେଠାରେ ସଦାଶିବ ଓ ଜଟ ଙ୍କୁ ମୃତ ଘୋଷଣା କରାଯାଇଛି | ସେପଟେ ଗୁରୁତର ଶୁକୁରା ମୁଣ୍ଡା କୁ କଟକ ସ୍ଥାନାନ୍ତର କରାଯାଇଛି