ହିଞ୍ଜିଳିକାଟୁ ରେ ପଥ ମହୋତ୍ସବ ଅନୁଷ୍ଠିତ

Share on facebook Share on Twitter Share on Whatsapp Share on Linkedin

ହିଞ୍ଜିଳି କାଟୁ ( ସରୋଜ କାନ୍ତ ପାଢୀ ) ଚଳିତ ବର୍ଷର ହିଞ୍ଜିଳିକାଟୁ ରେ ପଥମହସ୍ଥବ ରବିବାର ରଙ୍ଗ ରଙ୍ଗ କାର୍ଯ୍ୟକ୍ରମ ରେ ସମାପ୍ତ ହୋଇଛି ନିର୍ଭାଈ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ ଙ୍କ ସଂଯୋଜନା ରେ ଉକ୍ତ ଉତ୍ସହବ ରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ. ସମ୍ମାନିତ ଅତିଥି ରୂପେ ମୁଖ୍ୟମନ୍ତ୍ରୀ ଙ୍କ ହିଞ୍ଜିଳି ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଡିଆରଡିଏ ପିଡି ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ମୁଖ୍ୟମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନ, ବିଡ଼ିଓ ପ୍ରସନ କୁମାର ପାତ୍ର, ତହସିଲଦାର ଗୋପୀନାଥ କୁଅଁର, ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ଶେରଗଡ଼ ବିଡ଼ିଓ ସୁରଞ୍ଜନ ସାହୁ ଆଇ ଆଇ ସି ଅଭିମନ୍ୟୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ !ଏହି ଅବସରରେ ହିଞ୍ଜିଳି କାଟୁ ସହରକୁ ସ୍ରେଷ୍ଟ ସହର ଭାବେ ପରିଣତ କରିବା ନିମନ୍ତେ ଗଣ ଶପଥ ପାଠ କରିଥିଲେ !ପରେ 59 ନଂ ଜାତୀୟ ରାଜପଥ ରେ 26 ପ୍ରକାର ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ପ୍ରଚ୍ଛଦ ପଟ ଗାୟକ ମଣ୍ଟୁ ଛୁରିଆ ଓ ସାଥିଙ୍କ ଆଧୁନିକ ଗୀତର ତାଳେ ତାଳେ ଦର୍ଶକ ବେଶ ଝୁମି ଥିଲେ !ସ୍ଥାନୀୟ ସହରର ଲଷ୍ମୀ ନୃସିଂହ କଳା ମନ୍ଦିର ଓ ନୃତ୍ୟମ କଳା ଅନୁଷ୍ଠାନର ଶିକ୍ଷାର୍ଥୀ ମାନେ ଉଚ୍ଚ କୋଟିର ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ଜିଣି ଥିଲେ !ସବୁରୀ ଭିତରେ ଫେସ ପେଣ୍ଟିଙ୍ଗ ମଜା ନିଆରା ଥିଲା !ଛୋଟ ଠାରୁ ବଡ଼ ସଭିଏଁ ପେଣ୍ଟିଙ୍ଗ ର ମଜା ଉଠାଇ ଥିଲେ !ସ୍ଥାନୀୟ ସିଡିପିଓ ଶୁଭଶ୍ରୀ ପାତ୍ର ନିଜ ସହକର୍ମୀ ଙ୍କୁ ନେଇ ମୋ ଗେଲ୍ହା ଝିଅ ସଚେତନତା ରାଲି ଆୟୋଜନ କରି ପ୍ରସଂଶିତ ହୋଇଥିଲେ !ସ୍ଥାନୀୟ ସହର ସମେତ ଅଞ୍ଚଳର ବହୁ ନେତା, କର୍ମଚାରୀ, ଛାତ୍ର ଛାତ୍ରୀ ଓ ଶହ ଶହ ଲୋକ ଉତ୍ସବରେ ସାମିଲ ହୋଇ ନିଆରା ମଜ୍ଜା ଉଠାଇ ଥିଲେ