ଚିଲିକାରେ ପୁଣି ବୁଡ଼ିଲା ଯାତ୍ରୀବାହି ଡ଼ଙ୍ଗା

Share on facebook Share on Twitter Share on Whatsapp Share on Linkedin

ବାଲୁଗାଁ ( ସୁଶୀଲ ପ୍ରଧାନ ) ଓ ବାଣପୁର ( ବୈକୁଣ୍ଠ ପ୍ରଧାନ ) ଖୋର୍ଦ୍ଧା ଜିଲ୍ଲା ଚିଲିକାରେ ପୁଣି ଥରେ ବୁଡ଼ିଲା ଯାତ୍ରୀବାହୀ ଡ଼ଙ୍ଗା ।ଆଜି ମା କାଳିଜାଇ ଙ୍କୁ ଦର୍ଶନ କରିବା ପାଇଁ ବଡ଼କୁଳ ନିକଟ ସୁବୁଦ୍ଧି ପାଟଣା ବଡକୁଳ ଓ ଆଙ୍କୁଲା ର କିଛି ଭକ୍ତ ମାଁଙ୍କ ପାଖରେ ମାନସିକ ଭୋଜି କରିବାକୁ ଯାଇଥିଲେ lପ୍ରାୟ 35 ପୁରୁଷ ଓ ମହିଳା ମିଶି ଭୋଜି ଖାଇ ମଁlଙ୍କଦର୍ଶନ ସାରି ଘରକୁ ଫେରିଲା ବେଳେ ଏହି ଅଘଟଣ ଘଟିଥିଲା l ସମସ୍ତେ ମିଶି ତିନିଟି ଡଙ୍ଗାରେ ଯାଇଥିଲେ l ଫେରିଲାବେଳେ ଦୁଇଟି ଡଙ୍ଗାରେ ଅଳ୍ପ ଲୋକ ଆଗେ ଫେରିଥିଲେ l ସନ୍ଦ୍ୟା ସମୟ ଶେଷ ଡ଼ଙ୍ଗା ବାଇଶି ଯାତ୍ରୀ ଏବଂ ଚୁଲା ରୋଷେଇ ସାମଗ୍ରୀ ଚାଉଳ ବସ୍ତା ସବୁ ଏହି ଡଙ୍ଗାରେ ଭରି ହୋଇଥିଲା l ନାଉରିଆ ଅଧିକ ଲୋକ ହେଲେଣି କହିବା ସତ୍ୱେ କେହେ ହେଲେ ଶୁଣି ନଥିଲେ ଅଧିକ ଲୋଡ଼ ହେବା ଫଳରେ ଡଙ୍ଗାଟି କିଛି ବାଟ ଗଲାପରେ ମଝି ଗଣ୍ଡରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡିଯାଇଥିଲା l ସୌଭାଗ୍ୟ ବଶତଃ କିଛି ଦୂରରେ ଥିବା ଆଉ ଗୋଟେ ବଡକୁଳ ଅସସେସନ ଡ଼ଙ୍ଗା ଚାଳକ ଡଙ୍ଗାଟି ଜୋରରେ ହଲୁ ଥିବାର ପ୍ରଥମେ ଦେଖିଥିଲେ ସେଥିପାଇଁ ଡ଼ଙ୍ଗା ପାଖକୁ ଯିବା ପାଇଁ ମନେ ମନେ ଭାବୁଥିବା ବେଳେ ଡଙ୍ଗାଟି ସାଙ୍ଗେ ସାଙ୍ଗେ ବୁଡିଯିବା ଦେଖି ତୁରନ୍ତ ସେଠାରେ ପହଂଚି ତାଙ୍କ ସହ ଯୋଗୀ ସହ ମିଶି ବୁଡ଼ିଯାଉଥିବା ଲୋକଙ୍କୁ ଉଦ୍ଧାର କରିଥିଲେ ।କିନ୍ତୁ ଉକ୍ତ ଡଙ୍ଗା ୯ଜଣ ମହିଳାଓ ଚାରି ବର୍ଷ ଶିଶୁ ଗୁରୁତର ଅବସ୍ଥାରେ ବାଲୁଗାଁ ସରକାରୀ ଡାକ୍ତର ଖାନରେ ଚିକିତ୍ସା ହେଉଥିବା ବେଳେ 2ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।ବାରମ୍ବାର ଏପରି ଦଙ୍ଗା ବୁଡ଼ି ଘଟଣା ଘଟଣା ଘଟୁଥିବା ବେଳେ। କିପରି ଏବେ ବି କିଛି ଭଙ୍ଗା ଦଦରା ଦଙ୍ଗା ବିନା ଲାଇଫ ଜ୍ୟାକେଟରେ ଚାଲୁଛି।କିଛି ଡ଼ଙ୍ଗା ର ଫିଟନେସ ନଥାଇ ମଧ୍ୟ ଚିଲିକା ରେ କିପରି ଡଙ୍ଗା ଚାଲୁଛି।ଉକ୍ତ ଡଙ୍ଗାଟି ଚନ୍ଦ୍ରପୁଟ ଠାରୁ ଯାଇଥିଲା ...ବର୍ତମାନ ବାଲୁଗାଁ ମେଡିକାଲରେ ବାଣପୁର ଅତିରିକ୍ତ ତହସିଲଦାର ମନ୍ମଥ ବେହେରା ଓ ଚିଲିକା ତହସିଲଦାର..ଅପର୍ନା ଭୋଇ ପହଂଚିଛନ୍ତି...ଆହତଙ୍କ ଚିକିସ୍ଚାକୁ ତଦାରଖ କରୁଛନ୍ତି...ବାଲୁଗାଁ ମେଡିକାଲରେ ଏବେ ଆଠ ଜଣ ଚିକିସ୍ଚିତ ହେଉଛନ୍ତି.ଏବଂ ଅନ୍ୟ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି ବୋଲି ତାଙ୍କ ସମ୍ପର୍କୀୟମାନେ କହିଛନ୍ତି l ଏପରି ଅଘଟଣ ବାରମ୍ବାର ହେବା ସତ୍ୱେ କାହିଁକି ପ୍ରତି ଡଙ୍ଗାରେ ଲାଇଫ ଜ୍ୟାକେଟ ଦିଆ ଯାଉନି ଏବଂ ଦେଲେ ମଧ୍ୟ୍ୟ ଯାତ୍ରୀମାନେ ପିନ୍ଧୁ ନାହାନ୍ତି ତାହା ଯାତ୍ରୀବାହୀ ଡ଼ଙ୍ଗା ହେଉ ବା ମସ୍ୟ ଜିବି ଡ଼ଙ୍ଗା ହେଉ ଏହାର ପ୍ରସlସନିକ ଯାଞ୍ଚ କରାଯାଉ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି