ଲୁଣହାର ଗ୍ରାମରୁ ମାଙ୍କଡ ଧରିବାରେ ସଫଳ

Share on facebook Share on Twitter Share on Whatsapp Share on Linkedin

ଆନନ୍ଦପୁର (ଉପେନ୍ଦ୍ର ସାହୁ ),ଘଷିପୁରା ବ୍ଲକ ତରୁଆଁ ପଞ୍ଚାୟତ ଅନ୍ତର୍ଗତ ଲୁଣହାର ଗ୍ରାମରେ ଦୁଇ ଦିନ ହେଲା ଆତଙ୍କ ଖେଳାଇ ୭ ଜଣଙ୍କୁ ଆହାତ କରିବା ପରେ ଆଜି ଆନନ୍ଦପୁରରୁ ବନବିଭାଗ କର୍ମଚାରି ପହଞ୍ଚି ମାଙ୍କଡ କୁ ଧରିବାରେ ସଫଳ ହୋଇଛନ୍ତି । ଗତ କାଲି ଗ୍ରାମବାସୀ ଙ୍କ ଠାରୁ ଖବର ପାଇ ଆନନ୍ଦପୁର ଡିଏଫଓ ଅଜିତକୁମାର ଶତପଥି ଙ୍କ ନିର୍ଦ୍ଦେଶ କ୍ରମେ ରାମଚନ୍ଦ୍ରପୁର ବନପାଳ ମଳୟକୁମାର ସାହୁଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ ସୋମବାର ଲୁଣହାର ଗ୍ରାମରେ ପହଞ୍ଚି ମାଙ୍କଡଟିକୁ କୌଷଳ କ୍ରମେ ଜାଲ ବିଛାଇ ମାଡି ବସି ଧରି ରେଞ୍ଜ କାର୍ଯ୍ଯଳୟକୁ ନେଇଥିଲେ ,ସେଠାରେ ମାଙ୍କଡଟିର ପ୍ରାଥମିକ ଚିକିତ୍ସା ପରେ ଆନନ୍ଦପୁର ନିକଟସ୍ଥ ସନ୍ତୋଷପୁର ସଂରକ୍ଷିତ ଜଙ୍ଗଲ ମଧ୍ଯରେ ଛାଡି ଦେଇଥିଲେ ।ଏହି ଟିମରେ ସ୍ବତନ୍ତ୍ର ପ୍ରଶିକ୍ଷିତ ମାଙ୍କଡ ଧରାଳି ପ୍ରଦିପକୁମାର ବେହେରା,ଶଙ୍କର୍ଷଣ ସା,ବାଦଲ ମୁର୍ମୁ,ରାମ ବାସ୍କେ ଏବଂ ଫରେଷ୍ଟଗାର୍ଡ ଅବିନାଶ ପରିଡା ପ୍ରମୂଖ ସାମିଲ ଥିଲେ ।