ମହା ଆଡମ୍ବରରେ ଉଦଯାପିତ ହେଲା ନଡ଼ିଆ ଭଙ୍ଗା ପ୍ରାର୍ଥନା ମହୋତ୍ସବ

Share on facebook Share on Twitter Share on Whatsapp Share on Linkedin

ନବରଙ୍ଗପୁର (ବାବୁଲି ଗଣ୍ଡ,) ଦୀର୍ଘ ୩ ଦିନ ଧରି ଚାଲିଥିବା ପୂର୍ବ ଓଡ଼ିଶା ବିଲିଭର୍ସ ଚର୍ଚ୍ଚ ଭୁବନେଶ୍ୱର ଡାଏସିସ ର ବାର୍ଷିକ ମହୋତ୍ସବ ମହାଡମ୍ବରରେ ଉଦଯାପିତ ହେଇଯାଇଛି।ଯାଜପୁର ଜିଲ୍ଲା, ସୁକିନ୍ଦା ବ୍ଲକ ଅନ୍ତର୍ଗତ,ଡୁବୁରୀ ନିକଟସ୍ଥ ନଡ଼ିଆଭଙ୍ଗା ଠାରେ ଚାଲିଥିବା ଏହି ପ୍ରାର୍ଥନା ମହୋତ୍ସବର ତୃତୀୟ ଦିନରେ କଲିକତା ରୁ ଆସିଥିବା ମହାମହିମ ବିଶୋପ ଏଚ. ଜି.ଜଷ୍ଟିନ ମର ଥମାସ ଯୋଗ ଦେଇ ଉପସ୍ଥିତ ଖ୍ରୀଷ୍ଟୀୟ ଭାଇ ଭଉଣୀଙ୍କୁ ପ୍ରଭୁଯୀଶୁ ଙ୍କ ଅମୃତ ବାଣୀ ଶୁଣେଇ ଥିଲେ।ସେ ତାଙ୍କ ଅଭିଭାଷଣ ରେ ମନୁଷ୍ୟର ଆତ୍ମା ଓ ଶରୀର ମଧ୍ୟରେ ଥିବା ସମ୍ପର୍କକୁ ନିପୁଣ ଭାବେ ବୁଝେଇବା ସହ ଯୀଶୁଖ୍ରୀଷ୍ଟଙ୍କ ଉପରେ ଦୃଢ଼ ବିଶ୍ୱାସ ଓ ଭକ୍ତି କରିବା ଫଳରେ ଆମେ ସ୍ୱର୍ଗରାଜ୍ୟ ପ୍ରାପ୍ତି ହେବାର ଅନେକ ଉଦାହରଣ ଦେଇ ଉପଦେଶ ଦେଇଥିଲେ।ଫଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହେଇଥିଲା।ଭକ୍ତ ମାନେ ଆତ୍ମାରେ ପରିପୂର୍ଣ୍ଣ ହେଇ ଆତ୍ମତୃପ୍ତି ଲାଭ କରିବା ସହ ବର୍ଷକୁ ଥରେ ପୁରୁଣା ବନ୍ଧୁ ବାନ୍ଧବୀଙ୍କୁ ଭେଟ ହେଇ ଅତ୍ୟନ୍ତ ଖୁସି ଜାହିର କରିଥିବା ଦେଖିବାକୁ ମିଳିଛି।ପ୍ରତିଦିନ ପ୍ରାର୍ଥନା ଶେଷ ହେବା ପରେ ବିଭିନ୍ନ ଗୀର୍ଜା ରୁ ଆସିଥିବା ବିଲିଭର୍ସ ମାନଙ୍କ ଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ବିଜୟୀ ମାନଙ୍କୁ ପୁରୁସ୍କୃତ କରାଯାଇଥିଲା।ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଏହି ପ୍ରାର୍ଥନା ମହୋତ୍ସବ ରେ ଏଥର ସଂମାନିତ ଅତିଥି ଭାବେ ଫାଦେର ଶିବୁ ମସି, ଫାଦେର ମନୋଜ ନାୟକ ଉପସ୍ଥିତ ଥିବା ବେଳେ ଦ୍ଵିତୀୟ ଦିନରେ ସିଷ୍ଟେର ନିଶା ଶିବୁ ଯୋଗଦେଇ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ବାଣୀ ଓ ମହିଳା ସଶକ୍ତିକରଣ ବିଷୟରେ ପ୍ରଚାର କରିଥିଲେ।ପାଷ୍ଟର ମନୋଜ ନାୟକ ଙ୍କ ତତ୍ୱବାଧାନ ରେ ଅନୁଷ୍ଠିତ ଏହି ପ୍ରାର୍ଥନା ମହୋତ୍ସବ ରେ ଫାଦେର ପ୍ରଶାନ୍ତ ଖସଲା ପ୍ରତ୍ୟେକ ଦିନ ପ୍ରାର୍ଥନା ଆରମ୍ଭ ସହ ମଞ୍ଚ ପରିଚାଳନା କରିଥିବା ବେଳେ ଶେଷ ଦିନରେ ପାଷ୍ଟର ସୁଜ୍ଞାନୀ ଲିମା ଏହି ସଭାରେ ସହଯୋଗ କରିଥିବା ପାଳକ, ଯାଜକ, ଶିଷ୍ଟର, ବାଇବେଲ ଉମେନ,ମେସିନାରୀ ଓ ବହୁ ଦୂରଦୁରାନ୍ତ ରୁ ଆସିଥିବା ସମସ୍ତ ଭାଇଭଉଣୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।