ପୋଲିସ ଗିରଫ ଭୟରେ ଗାଁ ଛାଡିଲେ କରଗୁଳା ଗ୍ରାମବାସି
ଆନନ୍ଦପୁର (ଉପେନ୍ଦ୍ର କୁମାର ସାହୁ) ,ଘଷିପୁରା ବ୍ଲକ ବାତୋ ପଞ୍ଚାୟତ ଅନ୍ତର୍ଗତ ମଧୁକେଶରୀ ଗ୍ରାମର ଶିବ ମନ୍ଦିର ପ୍ରାଙ୍ଗଣରେ ଆଜି ସଂଧ୍ଯାରେ ୩ ଶହରୁ ଉର୍ଦ୍ଧ ମହିଳା ପୁରୁଷ ନିଜ ପିଲା ଛୁଆ ଙ୍କୁ ଧରି ରାତ୍ରୀର ଶିତ କାକରରେ ଖୋଲା ଆକାଶ ତଳେ ଆଶ୍ରୟ ନେଇଛନ୍ତି ।ଆଶ୍ରୟ ନେଇଥିବା ଲୋକଙ୍କ କହିବାନୁସାରେ ହାଟଡିହି ବ୍ଲକ ପ୍ରଶାସନ ତରଫରୁ ନନ୍ଦିପଦା ଥାନା ଅନ୍ତର୍ଗତ କରଗୋଳା ଗ୍ରାମ ନିକଟ ବୈତରଣୀ ନଦୀ ରୁ ବାଲି ଉଠାଣ ନିମନ୍ତେ ଲିଜ ପ୍ରଦାନ ଦିଆଯାଇଥିବା ସ୍ଥଳେ ଲିଜଧାରୀ ଗାଁ ନିକଟ ଅନ୍ଯ ଏକ ସ୍ଥାନରୁ ବେଆଇନ ଭାବେ ବାଲି ଉଠାଣ କରିବାରୁ ଏନେଇ କରଗୋଳା ଲୋକ ଅଭିଯୋଗ କରିଆସୁଥିଲେ ,ଏହି ଘଟଣାକୁ ନେଇ ଗ୍ରାମବାସୀ ଓ ଲିଜଧାରୀ ମଧ୍ଯରେ ବିବାଦର ସୁତ୍ରପାତ ଘଟି ଗଣ୍ତଗୋଳର ହେବାରୁ ଲିଜଧାରିଙ୍କ ଅଭିଯୋଗ କ୍ରମେ ନନ୍ଦିପଦା ଥାନା ଅଧିକାରି ଗତ ରାତ୍ରୀରେ କରଗୋଳା ଗ୍ରାମର ଚଢାଉ କରି ୫ ଜଣ ବ୍ଯକ୍ତିଙ୍କୁ ଗିରଫ କରି କୋଟ ଚାଲାନ କରିଛନ୍ତି ,ଏହି ଗିରଫ ଭୟରେ ଆଜି ସଂଧ୍ଯାରେ କରଗୋଳା ଗାଁ ଲୋକ ବୈତରଣୀ ନଦୀ ପାରହୋଇ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ମଧୁକେଶରୀ ଗ୍ରାମ ଶିବ ମନ୍ଦିରରେ ଆଶ୍ରୟ ନେଇଛନ୍ତି,ଆସନ୍ତା କାଲି ସାମୁହିକ ଭାବେ କେନ୍ଦୁଝର ଯାଇ ଜିଲ୍ଲାପାଳ ଙ୍କ ଠାରେ ଏଥିନେଇ ଅଭିଯୋଗ କରିବେ ବୋଲି କରଗୋଳା ଗ୍ରାମର ଗୋପାଳ ସେଠୀ,ପାଣ୍ତବ ଜେନା,ଜଗବନ୍ଧୁ ଜେନା,ଅନ୍ତର୍ଯାମି ସାହୁ,ଜୟନାରାୟଣ ସାହୁ,ଶଶୀ ଦାସ,ମଣୀ ଜେନା,ବାସନ୍ତି ସାହୁ,ସ୍ବର୍ଣ୍ଣପ୍ରଭା ମହାରଣା,କନକଲତା ପ୍ରଧାନ,ବାସନ୍ତି ଓଝା ସମେତ ବହୁ ଲୋକ କହିଛନ୍ତି ,ମଧୁକେଶରୀ ଗ୍ରାମବାସୀଙ୍କ ତରଫରୁ ସମସ୍ତ ଲୋକଙ୍କ ପାଇଁ ମନ୍ଦିର ପରିସରରେ ଖାଇବା ବ୍ଯବସ୍ଥା କରାଯାଇଛି ।,,