ବରଗଡ ରେ ଅଗ୍ନିକାଣ୍ଡ

Share on facebook Share on Twitter Share on Whatsapp Share on Linkedin

ବରଗଡ଼ ( ଦୀପକ ବ୍ରହ୍ମଭଟ୍ଟ) ଗତ କାଲି ବରଗଡ ସହରରେ ସିଟି ହସ୍ପିଟାଲ ପାଇଁ ପୁରା ସହର ବନ୍ଧ ଥିବା ବେଳେ ବରଗଡ ଟାଵନ ଭିତରେ ଥିବା ପାତ୍ର ନୀଡ୍ସ ଦୁକାନରେ ଏକ ଭୟାବହ ଅଂଗ୍ନିକାଣ୍ଡ ଘଟିଥିଲା।ପାତ୍ର ନିଡ୍ସ ତିନି ମହଲା ବିଶିଷ୍ଟ ଏକ ଏଲେଟ୍ରୋନିକ୍ସ ଓ ଫୁର୍ଣ୍ଣିଚର ଦୁକାନ ହୋଇଥିବାରୁ କୌଣସି କାରଣରୁ ତଳ ମହଲରେ ଅଗ୍ନିକାଣ୍ଡ ଘଟିଥିଲା ଚାହୁଁ ଚାହୁଁ ତାହା ପୁରା ତିନି ମହଳକୁ ବ୍ୟାପି ଯାଇଥିଲା। ଏଲେକ୍ଟ୍ରୋନିକ୍ସ ଓ ଫୁର୍ଣ୍ଣିଚର ଯୋଗୁଁ ଅଗ୍ନିକାଣ୍ଡକୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀର 6 ଟି ଗାଡିକୁ ରାତି 8 ଟା ସୁଦ୍ଧା ଲାଗିଯାଇଥିଲା।ପ୍ରତାକ୍ଷଦର୍ଶୀଙ୍କ ଅନୁସାରେ ଦିନ 2 ଟାରେ ଯେତେବେଳେ ଧୂଆଁ ଉପର ମହଲାରେ ବାହାରିଲା ତା ପରେ ଲୋକେ ଜାଣିବାକୁ ପାଇଲେ ଯେ ପାତ୍ର ନୀଡ୍ସ ରେ ଅଗ୍ନିକାଣ୍ଡ ହୋଇଛି ବୋଲି କାରଣ ଗତ କାଲି ବରଗଡ ସହର ବନ୍ଦ ଥିବା ଯୋଗୁଁ ସହର ଲୋକଙ୍କ ଗହଳି ନ ଥିଲା । କୌଣସି ଜୀବନ ହାନି ଘଟି ନାହିଁ ଏବଂ ବିଳମ୍ବରେ ଜଣା ପଡ଼ିଥିବାରୁ ତାହା ବ୍ୟାପି ଯାଇଥିଲା। ଲକ୍ଷାଧିକ ଟଙ୍କାର ଏଲେକ୍ଟ୍ରୋନିକ୍ସ ସାମାନ ଓ ଫୁର୍ଣ୍ଣିଚର ପୋଡି ନଷ୍ଟ ହୋଇଥିବା ଜଣା ପଡ଼ିଛି। କାରଣ ଜଣା ପଡି ନାହିଁ କିନ୍ତୁ ତାହା ସଟସର୍କିଟରୁ ଘଟି ଥାଇ ପାରେ ବୋଲି ଅନୁମାନ କରା ଯାଉଛି ।