ପୋଖରୀ ଜବରଦଖଲ ଅଭିଯୋଗ

Share on facebook Share on Twitter Share on Whatsapp Share on Linkedin

ଦିଗପହଣ୍ଡି, (ନୃସିଂହ ରଞ୍ଜନ ବେହେରା) ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ପଞ୍ଚାୟତ ଗଣିଆନାଳ ଛକ ରାସ୍ତା କଡ଼ରେ ଥିବା ରାଜସ୍ବ ବିଭାଗ ଅଧିନ ସରକାରୀ ପୋଖରୀ କୁ ଗ୍ରାମର ଜଣେ ବ୍ୟକ୍ତି ଦୀର୍ଘ ଦିନ ହେଲା ଜବରଦଖଲ କରି ରଖିଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ଗୁରୁବାର ମଧ୍ୟାହ୍ନ ରେ ଦିଗପହଣ୍ଡି ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ,ବିଡିଓ ହଳଧର ଶବର, ବ୍ଲକ ସହକାରୀ ଯନ୍ତ୍ରୀ ଗଙ୍ଗାଧର ଲେଙ୍କା,  ସିଦ୍ଧେଶ୍ୱର ରାଜସ୍ବ ନୀରି କ୍ଷିକା ତିଳୋତ୍ତମା ଦୋରା ପୋଖରୀ ନିକଟରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ।ସିଦ୍ଧେଶ୍ୱର ମୌଜା ରାଜସ୍ବ ବିଭାଗ ଖାତା ନଂ - ୯୯୫ ଜମି ରେ ଥିବା ପୋଖରୀ । ପୋଖରୀ ଚାରିପାଖ ସମେତ ନିକଟରେ ଥିବା ସରକାରୀ ରକ୍ଷିତ  କିସମର ଥିବା ମୋଟ ରକବା ୦.୮୪୦ ଡେସିମି ଲ ଗୋଚର ଜମି କୁ  ଜବରଦଖଲ କରି ପନି ପରିବା ଚାଷ କରୁଥିବା ବ୍ୟକ୍ତି ଙ୍କୁ ପ୍ରଶାସନିକ ଅଧିକାରୀ ମାନେ  ଡକାଇ ତୁରନ୍ତ ସରକାରୀ ରକ୍ଷିତ ପଟ୍ଟା ରେ ଉଲ୍ଲେଖ ଥିବା  ଚାଷ ଜମି ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିଜସ୍ୱ ଉଦ୍ୟମରେ ସରକାରୀ ଜମି ଓ ପୋଖରୀ କୁ ଖାଲି କରାନଗଲେ ଜବର ଦଖଲ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ତହସିଲଦାର କହିଛନ୍ତି।