ଗୁପ୍ତ ଧନ ପାଇଁ ବଳି ସନ୍ଦେହ।
ବଲାଙ୍ଗିର (ଶୁସାନ୍ତ କୁମାର ଠାକୁର)
ଇଟାଭାଟି ରୁ ନିଖୋଜ ଥିବା ୧୧ ବର୍ଷ ର ବାଳକ ବବଲୁ ବଗର୍ତ୍ତି ର ହାଡ କଙ୍କାଳ ଉଦ୍ଧାର କରିଛି ପୋଲିସ ,ମୁଣ୍ଡ ଓ କଙ୍କାଳ ଅଲଗା ପଡି ଥିବାରୁ ଗୁପ୍ତଧନ ପାଇଁ ଏହା ଏକ ହତ୍ୟାକାଣ୍ଡ ବୋଲି ସଦେହ କରାଯାଉଛି ,୧୫ ଦିନ ପୂର୍ବରୁ ବବଲୁ ନିଖୋଜ ହେବା ପରେ ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଥାନା ରେ ଅଭିଯୋଗ ହୋଇଥିଲା ,କିନ୍ତୁ ପୋଲିସ କଥା କୁ ଗୁରୁତ୍ୱ ନ ଦେବାରୁ ତାନ୍ତ୍ରିକ ବଳି ଦେବାକୁ ସଫଲ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ,
ଦେଓଗାଁ ଥାନା ଅନ୍ତର୍ଗତ ସିଲେଟକାନି ଗାଁ ର ଉଗ୍ରେସନ ବଗର୍ତ୍ତି ଙ୍କ ପୁଅ ହେଉଛନ୍ତି ବବଲୁ ବଗର୍ତ୍ତି ,ଗତ ୨୨ ତାରିଖ ବୁଧବାର ଦିନ ୯ ଟା ରେ ଖାଇ ସାରିବା ପରେ କୁଆଡେ ଚାଲି ଯାଇ ଥିଲେ ,ଖୋଜାଖୋଜି କରିବା ପରେ କିଛି ଖବର ନ ପାଇ ପୋଲିସ ପାଖରେ ଅଭିଯୋଗ କରି ଥିଲେ ,ଘଟଣା ର ୧୪ ଦିନ ପରେ ପୋଲିସ ନିଖୋଜ ଶିଶୁ ର ଶବ କୁ ଉଦ୍ଧାର କରିଛି ,ତେବେ ଏହା ଯଦି ହତ୍ୟାକାଣ୍ଡ ହତ୍ୟା କାରୀ କୁ ପୋଲିସ ଧରିବ କେବେ ସବୁ ମାହୋଲରେ ଦାବି ଜୋର ଧରିଛି।