ଆନନ୍ଦପୁର ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

Share on facebook Share on Twitter Share on Whatsapp Share on Linkedin

ଆନନ୍ଦପୁର (ଉପେନ୍ଦ୍ର ସାହୁ) -ଆନନ୍ଦପୁର ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଆନନ୍ଦପୁର ବ୍ଲକ ରାଜୀବ ଗାନ୍ଧୀ ସେବାଗୃହରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ମହୋତ୍ସବ କମିଟିର ସଭାପତି ଆନନ୍ଦପୁର ର ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁଙ୍କ ସଂଯୋଜନାରେ ଆନନ୍ଦପୁର ବ୍ଲକ ବିଡ଼ିଓ ଶୁଭ୍ରାବାଳା ବେହେରା,ଆନନ୍ଦପୁର ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଭାଗିରଥି ସେଠୀ, ଘଷିପୁରା ବିଧାୟକ ଶ୍ରୀଯୁକ୍ତ ବଦ୍ରୀ ନାରାୟଣ ପାତ୍ର, ଆନନ୍ଦପୁର ବ୍ଲକ ଚେୟାରମ୍ୟାନ ଶ୍ରମତୀ ମମତା ନାୟକ,ଆସିଷ୍ଟାଣ୍ଟ କଲେକ୍ଟର ଯୋଗଦେଇ ସଭାକାର୍ଯ୍ୟକୁ ଆରମ୍ଭ କରିଥିଲେ,ଏଥିରେ ପୂର୍ବ ବର୍ଷର ଆୟ ବ୍ୟୟ ଅଟକଳ ପ୍ରକାଶ କରାଯାଇଥିଲା,ପରେପରେ ମହୋତ୍ସବ କମିଟିରେ ଥିବା ପୁରୁଣା କମିଟିକୁ ଭଙ୍ଗା ଯାଇ ନୂତନ କମିଟି ଗଠନ କରାଯିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା,ଏବଂ ଏହି ମହୋତ୍ସବ କିପରି ପୂର୍ବ ବର୍ଷ ତୁଳନାରେ ଆହୁରି ଅଧିକ ସରସ ସୁନ୍ଦର କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା,ପରେପରେ ଆସନ୍ତା ମାର୍ଚ୍ଚ ୬ତାରିଖରୁ ଆରମ୍ଭ ହୋଇ ୧୧ତାରିଖ ପର୍ଯ୍ୟନ୍ତ ମହୋତ୍ସବ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା,ପରେପରେ ମହୋତ୍ସବ ପାଇଁ ପୂର୍ବ ବର୍ଷ ଭଳି ଏବର୍ଷ ମଧ୍ୟ ସମସ୍ତ ବିଭାଗକୁ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ ପାଇଁ ଦାଇତ୍ୱ ହସ୍ତାନ୍ତର କରାଯାଇଥିଲା,ଏଥିରେ ସୁଧ ପାନୀୟ ଜଳ ଯୋଗାଣ,ବିଦ୍ୟୁତ,ଅଗ୍ନିଶମ ବିଭାଗ ଅଧିକାରୀଙ୍କୁ ଦାଇତ୍ୱ ହସ୍ତାନ୍ତର କରାଯାଇଥିଲା,ସେହିପରି ଆନନ୍ଦପୁର ମହୋତ୍ସବ କୁ ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଆନନ୍ଦପୁର ଥାନା ଆଇଆଇସି ଦାଇତ୍ୱ ହସ୍ତାନ୍ତର କରାଯାଇଥିବାବେଳେ ଆଗାମୀ ଦିନରେ ନୂତନ କମିଟି ଗଠନ କରାଯାଇ ମହୋତ୍ସବ ର ସମସ୍ତ ଦାଇତ୍ୱ ନୂତନ କମିଟିକୁ ହସ୍ତାନ୍ତର କରାଯିବାକୁ ନିଷ୍ପତି ହୋଇଛି,ଏଥିରେ ବହୁ ବୁଦ୍ଧିଜୀବୀ,ସାମ୍ବାଦିକ,ଜନସାଧାରଣ ଉପସ୍ଥିତ ରହି ଏହି ପ୍ରସ୍ତୁତି ବୈଠକକୁ ସଫଳ କରିଥିଲେ.,,,