୪ ବଖରା ଘର ପୋଡି ସମ୍ପୂର୍ଣ୍ଣ ଧନ ସମ୍ପତ୍ତି ନଷ୍ଟ,,

Share on facebook Share on Twitter Share on Whatsapp Share on Linkedin

ଆନନ୍ଦପୁର (ଉପେନ୍ଦ୍ର କୁମାର ସାହୁ) ଘଷିପୁରା ବ୍ଳକ ରାଧିକାଦେଇପୁର ପଞ୍ଚାୟତ କୋହ୍ଲବେଡା ଗ୍ରାମରେ ଅଗ୍ନିକାଣ୍ଡ ଏହି ଗ୍ରାମର ଫାତୁରାମ ବାସ୍କେ ନାମକ ବେକ୍ତିଙ୍କ ଘର ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ସମ୍ପୂର୍ଣ୍ଣ ଚାରି ବଖରା ଘର ପୋଡି ପାଉଁଶ ହୋଇଯାଇଛି ଏଥିରେ ସମ୍ପୂର୍ଣ୍ଣ ଧନ ସମ୍ପତ୍ତି ନଷ୍ଟ ହୋଇଯାଇଛି ,ଘରଲୋକ ଖାଇପିଇ ଶୋଇବା ପରେ ଏଭଳି ଏକ ଅଭାବନିଅ ଅଘଟଣ ଘଟିଛି,ସଂଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ଅଗ୍ନିଶ୍ରମ ଗାଡିକୁ ଖବର ଦେଇଥିଲେ କିନ୍ତୁ ଦୁଃଖର ବିଷୟ ଅଗ୍ନିଶ୍ରମ ବିଭାଗର କର୍ମଚାରୀ ମାନେ ପହଂଚିଥିଲେ କିନ୍ତୁ ଗ୍ରାମକୁ ରାସ୍ତା ନଥିବାରୁ ଗାଡିଟି ଘଟଣା ସ୍ଥଳକୁ ପହଞ୍ଚି ପାରିନଥିଲା ଫଳରେ ସମ୍ପୂର୍ଣ୍ଣ ଚାରି ବଖରା ଘର ପୋଡି ପାଉଁଶ ହୋଇଯାଇଥିଲା ,ଏଥିପ୍ରତି ଯଦି ସ୍ଥାନୀୟ ପ୍ରଶାସନ ଦୁର୍ଷ୍ଟି ଦିଅନ୍ତେ ତାହେଲେ ଏହି ବାରିବ ଲୋକଟି କିଛିଟା ମାତ୍ରାରେ ଉପକୃତ ହୋଇପାରନ୍ତା ଏବଂ ଏହି ଗ୍ରାମକୁ ରାସ୍ତା ଟିଏ ହୋଇପାରନ୍ତା ,,,