ଜାତୀୟ ଖାଦ୍ୟ ନିରାପତା ମିଶନର କ୍ଷେତ୍ର ଦିବସ ପାଳନ

Share on facebook Share on Twitter Share on Whatsapp Share on Linkedin

ଆନନ୍ଦପୁର (ଉପେନ୍ଦ୍ର କୁମାର ସାହୁ) ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ଆନୁକୂଲ୍ୟରେ ହୋଇଥିବା ଫସଲ ପଯ୍ୟାୟ ପଦର୍ସନି କ୍ଷେତ୍ର ଦିବସ ପାଳନ କରାଯାଇଛି,ଆନନ୍ଦପୁର ବ୍ଳକ ହରିଡାପାଳ ପଞ୍ଚାୟତ ମଙ୍ଗଳପୁର ଗ୍ରାମରେ ଏହି କାଯ୍ୟକ୍ରମରେ ସମସ୍ତ ଚାଷି ମାନେ ଯୋଗଦେଇ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ କ୍ଷେତ୍ର ଦିବସ ଅବସରରେ ଧାନ ଫସଲ ଗୁଡିକ କିପରି ଧାଡି ରୁଆ ପ୍ରଣାଳିରେ ଚାଷି ମାନେ ଜମିରେ ଚାଷ କରିଥିଲେ ଏଥିପ୍ରତି ଅନ୍ୟ ଚାଷି ମାନଙ୍କୁ ଅବଗତ କରାଇବା ସହ ସଚେତନତା କରାଇଥିଲେ ,ଏଥିସହ ଯେଉଁ ଚାଷୀମାନେ ସରକାରଙ୍କ ନିଅମ ଅନୁସାରେ ବିଭିନ୍ନ ପ୍ରକାର ଫସଲ କରୁଛନ୍ତି ସେ ଚାଷି ଭାଇ ମାନଙ୍କୁ ସରକାରଙ୍କ ପକ୍ଷରୁ କିଛି ଆର୍ଥିକ ସହାୟତା ଓ ବିହନ ମାଗଣାରେ ଯୋଗାଇ ଦିଆ ହେବ ବୋଲି ଅଫିସର ମାନେ ପ୍ରତିକ୍ରିୟା ଦେଇଥିଲେ ,ଏବଂ ବେସିକରି କିପରିରୀ ଭାବେ ଧାନ ଫସଲ ଗୁଡିକ ଧାଡି ପ୍ରଣାଳୀ ରେ ସମସ୍ତ ଚାଷୀମାନେ ଚାଷ କରିପାରେ ଏଥିପ୍ରତି ବିଭାଗୀୟ ଅଧିକାରୀ ମାନେ ସାଧାରଣ ଲୋକମାନଙ୍କୁ ସଚେତନ କରାଇଥିଲେ,ଏଥିରେ ଆନନ୍ଦପୁର ସହକାରୀ କୃଷିଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ନାୟକ ଉପସ୍ଥିତ ରହିଥିବା ଚାଷି ମାନଙ୍କୁ ଉଦବୋଧନ ଦେଇଥିଲେ, ଏଥିରେ ହରିଡାପାଳ ପଞ୍ଚାୟତର ସହାୟତା କୃଷି ଅଧିକାରୀ ଶ୍ରୀମତୀ ମାଳତି ବିଶ୍ୱାଳ, ଅଜୟ କୁମାର ପୁହାଣ ଓ ବେଲବାହାଳି ପଞ୍ଚାୟତର ଗ୍ରାମ୍ୟକୃଷି କର୍ମଚାରୀ ଶ୍ରୀମତୀ ରାଜଶ୍ରୀ ସାହୁ ଏବଂ ରମାରତ୍ନ ମିଶ୍ର ଓ କୃଷକସାଥି ସୁଦାମ ଚରଣ ସାହୁ, ପବିତ୍ର କୁମାର ରାଉତ, ଶତ୍ରୁଘନ ସାହୁ, ଶ୍ରୀକାନ୍ତ ରାଉତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ, ଏଥିରେ ଆଖପାଖ ଅଞ୍ଚଳର ଅନେକ ଚାଷି ମାନେ ତଥା ନିରଞ୍ଜନ ଦାସ, ବିଜୟ ଘଡେଇ, ରବୀନ୍ଦ୍ର ଦାସ, ବିନୋଦ ବେହେରା ଓ ଅର୍ଣ୍ଣପୁନା ଘଡେଇ ପ୍ରମୁଖ ଧାଡି ରୁଆର ଉପକାରିତା ଉପରେ ଅନୁଭୂତି ପ୍ରକାଶ କରିଥିଲେ ,ଉକ୍ତ କାଯ୍ୟକ୍ରମରେ ଏକସହରୁ ଉର୍ଦ୍ଧ ଚାଷି ମାନେ ଯୋଗଦେଇଥିଲେ ,,,