ରାଧାମୋହନ ନୋଡାଲ ବିଦ୍ୟାପିଠର ୪୧ତମ ବାର୍ଷିକ ଉତ୍ସବ
ଦିଗପହଣ୍ଡି (ନୃସିଂହ ରଞ୍ଜନ ବେହେରା )ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ରାଧାମୋହନ ନୋଡାଲ ବିଦ୍ୟାପିଠର ୪୧ତମ ବାର୍ଷିକ ଉତ୍ସବ ବାର୍ଷିକୋଛବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ରପ୍ରଧାନଙ୍କ ପୌରହିତ୍ୟରେ ସମାପନ ହୋଇଯାଇଛି। ଏହି କାର୍ଯ୍ୟରେ ସ୍ଥାନିୟ ସରପଞ୍ଚ ଶ୍ରୀମାନ ବିଭୁତି ମହାପାତ୍ରଙ୍କ ଅଧକ୍ଷତାରେ ବରଣ୍ୟ ପଣ୍ଡିତ ଶ୍ରୀ ରାଜେନ୍ଦ୍ର ଦାସଙ୍କ ବେଦପାଠ ପରେ ସଭାକର୍ଯ୍ୟ ଆରମ୍ଭ ହୋଇଥିଲା। ମୁଖ୍ୟ ବକ୍ତା ଏବିଈଓ ଶ୍ରୀ ବାଲାମାଝୀ ସନ୍ତୋସ କୁମାରବିଶୋଇ ସିଆରସିସି ଏବଂ ସମ୍ମାନିତ ଅତିଥିଙ୍କ ଗହଣରେଚଷା ନିମଖଣ୍ଡି ୟୁ.ଜି.ହାଇସ୍କୁଲ ପ୍ରଧାନ ଶିକ୍ଷକ ଦମ୍ବରୁଧର ପାଇକ ବିଦ୍ୟାର୍ଥି ାମାନଙ୍କୁ ଉତ୍ତମରୁପେ ପଠନପ୍ରକ୍ରିୟାରେ ସୁଦୃଢ କରିବା ନେଇ ଉଦବେଗ କରିଥିଲେ।smc ସଭାପତି ରମେଶ ଚନ୍ଦ୍ର କର ଏବଂ ଅନ୍ୟ କର୍ମକର୍ତା ସଭ୍ୟସଭ୍ୟା ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରି ଯଥାଲକ୍ଷ୍ମୀ ନାରାୟଣ ରଥ ଶ୍ରୀ ପ୍ରତାପଚନ୍ଦ୍ରସାହୁ ଲାବାନ୍ୟ ସାହୁ ଶ୍ରୀ ହରିକୃଷ୍ଣ ମହାପାତ୍ର ଶ୍ରୀମତି ଡଲି ଚୌଧରି ଶ୍ରୀମତି ଜ୍ୟୋସ୍ନା ମହାରଣା ଗୋପାଳକୃଷ୍ଣ କର ଶ୍ରୀ ମୋହନ ମନ୍ତ୍ର ରବିନାରାୟଣ ପଣ୍ଡା ପ୍ରତାପଚନ୍ଦ୍ର ପ୍ରମୁଖ ସମସ୍ତ କାର୍ଯ୍ୟରେ ସହଜୋଗ କରି କାର୍ଯ୍ୟଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଶେଷରେ ନିମନ୍ତ୍ରିତ ଅତିଥିଙ୍କୁ ଯଥା ସମ୍ମାନ ଜ୍ଞାପନ କରି ସଭାଟିକୁ ସାଂଗ କରିଥିଲେ । ଏଥିରେ ସ୍ଥାନିୟ ସରପଞ୍ଚଙ୍କ ଏକ ବିଶେଷ ଭୁମିକା ଥିବା ପରିଲକ୍ଷିତ ହୋଇଥିଲା।କୃତି ଛାତ୍ରଛାତ୍ରିଙ୍କୁବଣ୍ଟନ ପରେ ଲକ୍ଷ୍ମୀନାରାୟଣ ବାବୁ ଧନ୍ୟବାଦ ଅର୍ପଣ କରିଥିଲେ।