ନବରଙ୍ଗପୁରରେ ଓଲଟିଲା ବସ୍: ୨ ମୃତ, ୨୦ରୁ ଅଧିକ ଗୁରୁତର
ନବରଙ୍ଗପୁର (ବାବୁଲି ଗଣ୍ଡ,) ପାପଡାହାଣ୍ଡି (ଧର୍ମେନ୍ଦ୍ର ମଲିକ ) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ନିକଟସ୍ଥ ମୃଗ ବିହାର ନିକଟରେ ଯାତ୍ରୀ ବାହୀ ବସ ଓଲଟି ୨ ଜଣଙ୍କ ମୃତ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି।OD 10C 1114 ଜଗା କାଳିଆ ନାମକ ଏକ ଘରୋଇ ବସ ପାପଡାହାଣ୍ଡି ନିକଟସ୍ଥ ଡିଏର ପାର୍କ ନିକଟରେ ଏକ ଗାଈ କୁ ଧକ୍କା ଦେବା ଫଳରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।ଫଳରେ ଘଟଣା ସ୍ଥଳ ରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି,ଏବଂ ଅନେକ ଲୋକ ଗୁରୁତର ଆହାତ ହୋଇଛନ୍ତି।ଆହତମାନଙ୍କୁ ନିକଟସ୍ଥ ପାପଡାହାଣ୍ଡି ହସ୍ପିଟାଲରେ ସହ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟ ଭର୍ତ୍ତି କରାଯାଇଛି।ଅଧିକ ଗୁରୁତ୍ୱର ମାନଙ୍କୁ କୋରାପୁଟ ମେଡ଼ିକାଲ କଲେଜ କିମ୍ବା ବ୍ରହ୍ମପୁର ମେଡିକାଲ କଲେଜ କୁ ପଠାଯିବ ବୋଲି ସୂଚନା ମିଳିଛି।ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ,ପୋଲିସ ବାହିନୀ ପହଞ୍ଚି ତଦନ୍ତ ଜାରି ରଖିଛି।ତେଣୁ ବସ ଟି କେଉଁ କାରଣରୁ ଓଲଟି ପଡ଼ିଲା ଡ୍ରାଭର ନିଶାଶକ୍ତ ଥିଲେ କି ନାହିଁ, ଗାଡ଼ିର କାଗଜପତ୍ର ଭଳି ଗୁରୁତ୍ୱପୂର୍ଣ୍ଣ ଦିଗକୁ ଦୃଷ୍ଟି ଦେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଦଣ୍ଡ ବିଧାନ କରିବାକୁ ସାଧାରଣ ରେ ଦାବି ହେଇଛି।