ଟିକଟକ ନିଶା ମହଙ୍ଗା ପଡିଲା
ରାଜଗାଙ୍ଗପୁର( ସୌମ୍ୟଜୀତ ସ୍ୱାଇଁ ) ମୋବାଇଲରେ ଟିକ ଟକ ବନେଇବା ନିଶା ମହଙ୍ଗା ପଡିଛି ବିଦ୍ୟାଳୟର ଜଣେ ଚତ୍ରୁଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ । ସହରର ଏକ ପୁରାତନ ପ୍ରତିଷ୍ଟିତ ସରକାରୀ ବିଦ୍ୟାଳୟରେ ଏଭଳି ଲଜ୍ୟା ଜନକ ଘଟଣା ଘଟିଛି । ସୂଚନା ଅନୁସାରେ ଆସନ୍ତା ୧୯ ତାରିଖ ଦିନ ମେଟ୍ରିକ ପରୀକ୍ଷା ଆରମ୍ବ ହଉଥିବାରୁ ଏ ନେଇ ଛାତ୍ରୀ ଜଣକ ନିଜ ଆଡ଼ମିଟ କାର୍ଡ ରେ ଷ୍ଟାମ୍ପ ମାରିବାକୁ ଆସିଥିଲେ । ଏ ସନ୍ଦର୍ଭରେ ସେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଜଣାଇଥିଲେ । ସେତେବେଳେ ଖାଇବା ଛୁଟି ହୋଇଥିବାରୁ ଶିକ୍ଷୟତ୍ରୀ ତାଙ୍କୁ ରୁମରେ ଅପେକ୍ଷା କରିବାକୁ କହିଥିଲେ । ଏହି ସମୟରେ ବିଦ୍ୟାଳୟର ଫିରୋଜ କୁଜୁର ନାମକ ଜଣେ ଚତ୍ରୁଥ ଶ୍ରେଣୀ କର୍ମଚାରୀ ଛତ୍ରୀଙ୍କୁ ଏକୁଟିଆ ପାଇ ରୁମର କବାଟ ଆଉଜେଇ ଦେଇ ଛାତ୍ରୀଙ୍କ ହାତ ଧରି ଟାଣିବା ସହ ଜୋର ଜବରଦସ୍ତି ମୋବାଇଲରେ ଟିକଟକ ଭିଡ଼ିଓ ତିଆରି କରବାକୁ ଚେଷ୍ଟା କରିଥିଲେ । ଛାତ୍ରୀ ଜଣକ ଏହାକୁ ବିରୋଧ କରି ରୁମ ରୁ ବାହାରି ଯିବା ସହ କାନ୍ଦି କାନ୍ଦି ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଜଣାଇଥିଲେ । ବୁଝାସୁଝା କଲା ପରେ ଛାତ୍ରୀ ଜଣକ ନିଜ ଘରକୁ ଚାଲିଯାଇଥିଲେ ଏବଂ ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇଥିଲେ । ଛାତ୍ରୀଙ୍କ ସମ୍ପର୍କୀୟ ଆସି ସ୍କୁଲ ରେ ଏହି ଘଟଣାକୁ ନେଇ ବିରୋଧ କରିଥିଲେ । ଯାହା ଫଳରେ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖାଯାଇଥିଲା । ଘଟଣା ସମ୍ପର୍କରେ ଜାଣି ପୋଲିସ ବିଦ୍ୟାଳୟରେ ପହଞ୍ଚି ଫିରୋଜ କୁଜୁରକୁ ନିଜ ହେପଜାତରେ ଥାନାକୁ ଆଣି ଅଟକ ରଖିଛନ୍ତି । ପୋଲିସ ଛାତ୍ରୀଙ୍କ ବୟାନ ନେବା ସହ ଅଧିକ ତଦନ୍ତ କରୁଛନ୍ତି। ଫିରୋଜ ନିଜ ଭୁଲ ସ୍ୱୀକାର କରିବା ସହ ପରିବାର ଲୋକଙ୍କ ଠାରେ କ୍ଷମା ପାର୍ଥନା କରୁଥିବା ନେଇ ଛାତ୍ରୀଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି ।ଏହି ଘଟଣା ପରେ ବିଦ୍ୟାଳୟ ର ପରିଚାଳନା କମିଟିର କାର୍ଯ୍ୟ ମଧ୍ୟ ପଦାକୁ ଆସିଛି। ରାଜଗାଙ୍ଗପୁର ସହରରେ ଶିକ୍ଷା ଅନୁଷ୍ଠାନରେ ଏଭଳି ଘଟଣା ନିଶ୍ଚିତ ରୂପେ ଲଜ୍ୟା ଜନକ ହୋଇଥିବା ବେଳେ ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ପାଲିଟିଛି ।